୧୩ ବିଜେଡି ନେତାଙ୍କୁ ନୂଆ ଦାୟିତ୍ବ

Advertisment
୧୩ ବିଜେଡି ନେତାଙ୍କୁ ନୂଆ ଦାୟିତ୍ବ

ଭୁବ‌େନଶ୍ବର : ବହୁ ବିଜେଡି ନେତାଙ୍କୁ ଆଜି ସାଂଗଠନିକ ସ୍ତରରେ ନୂଆ ନିଯୁକ୍ତି ମିଳିବା ସହ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦାୟିତ୍ବ ବଣ୍ଟାଯାଇଛି। ଗୀତାଞ୍ଜଳି ସେଠୀଙ୍କୁ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ, ଦୀନବନ୍ଧୁ ମଲ୍ଲିକଙ୍କୁ ବିଜେଡି ଅନୁସୂଚିତ ଜାତି ସେଲ୍‌ର ରାଜ୍ୟ ସମ୍ପାଦକ, ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ମିନତି ବେହେରାଙ୍କୁ ମାହାଙ୍ଗା ଓ ଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ, ଲତିକା ପ୍ରଧାନ ଓ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମୟୀ ଶ୍ବେତା ସ୍ନିଗ୍ଧା ମିଶ୍ରଙ୍କୁ କେନ୍ଦ୍ରାପଡ଼ା, ପାଟକୁରା ଓ ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ, ବିଧାୟିକ‌ା ଟୁକୁନି ସାହୁଙ୍କୁ ମହାକାଳପଡ଼ା ସହ-ପର୍ଯ୍ୟବେକ୍ଷକ, କସ୍ତୁରୀ ମହାପାତ୍ର ଓ ସୁନିତା ବିଶ୍ବାଳଙ୍କୁ ରାଜନଗର ସହ-ପର୍ଯ୍ୟବେକ୍ଷକ, ଏଲିନା ଦାସଙ୍କୁ କଟକ-ଚୌଦ୍ବାର ସହ-ପର୍ଯ୍ୟବେକ୍ଷକ, ମୀରା ପରିଡ଼ାଙ୍କୁ ବେଗୁନିଆ ସହ-ପର୍ଯ୍ୟବେକ୍ଷକ, ନିଶିଥ କରଙ୍କୁ ରାଜ୍ୟ ସମ୍ପାଦକ ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ, ମନୋଜ କୁମାର ନାୟକଙ୍କୁ ରାଜ୍ୟ ସମ୍ପାଦକ ଓ ଯାଜପୁର ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ଏବଂ ଉମେଶ ଚନ୍ଦ୍ର ଗଡ଼ନାୟକଙ୍କୁ ଖୋର୍ଦ୍ଧା ବିଧାନସଭା ନିର୍ବାଚନମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନୂଆ ନିଯୁକ୍ତି ଦେଇଥିବା ନେଇ ଦଳ ପକ୍ଷରୁ ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍‌ ବିବୃତି‌େର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe