ମଦ ବନ୍ଦ ଦାବିରେ ୧୩ ଦିନ ଆମରଣ ଅନଶନ, ସରକାରୀ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ

Advertisment
ମଦ ବନ୍ଦ ଦାବିରେ ୧୩ ଦିନ ଆମରଣ ଅନଶନ, ସରକାରୀ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ

ଭୁବନେଶ୍ୱର: ଓଡ଼ିଶା‌ରେ ସଂପୂର୍ଣ୍ଣ ମଦ ବନ୍ଦ ଦାବିରେ ‘ପିପୁଲ ଫର ସେବା’ର ମୁଖ୍ୟ ଆଦିତ୍ୟ କୁମାର ଦାଶଙ୍କ ନେତୃତ୍ବରେ ୧୩ଦିନ ଧରି ଆମରଣ ଅନଶନ ଚାଲିବା ପରେ ଆଜି ସରକାରଙ୍କ ନିଦ ଭାଙ୍ଗିଛି। ରାଜ୍ୟ ଅବକାରୀ ବିଭାଗ ଅନଶନକାରୀଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ଦେବା ପରେ ଆଦିତ୍ୟ ଅନଶନ ଭଙ୍ଗ କରିଛନ୍ତି। ଓଡ଼ିଶାରେ ମଦ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ଗ୍ରହଣ କରିବେ। ଏହା କେବେଠାରୁ ଓ କେଉଁ ପଦ୍ଧତିରେ ଲାଗୁ ହେବ, ତାହା ଅକ୍ଟୋବର ପହିଲା ସୁଦ୍ଧା ବିଧିବଦ୍ଧ ଘୋଷଣା କରାଯିବ ବୋଲି ବିଭାଗୀୟ ଅତିରିକ୍ତ ଶାସନ ସଚିବ ଟି. ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି।

ଆଜି ରାଜୀବ ଲୋଚନ ମହାରଣା, ଅମରେନ୍ଦ୍ର ମହାପାତ୍ର, ଆଶିଷ କୁମାର ଦାସ, ଦୀପ୍ତିମୟୀ ଦାସ ଏବଂ ଜମାକାରୀ ମିଳିତ ମଞ୍ଚର ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳ, ମନୋଜ କୁମାର ସିଂହ, ସନାତନ ଚୌଧୁରୀ, ସାଗର କୁମାର ସାହୁ, ଓପାଫର କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ପାଣିଗ୍ରାହୀ, ପ୍ରମିଳା ମିଶ୍ର, ରଞ୍ଜୁଲତା ମହାପାତ୍ରଙ୍କ ସହ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଟି ପ୍ରଧାନ ଆଲୋଚନା କରିଥିଲେ। ଏହି ୧୩ ଦିନର ଆମରଣ ଅନଶନ ସହ ପୂର୍ବରୁ ହୋଇଥିବା ଆନ୍ଦୋଳନ ପରିଚାଳନାରେ ଅନେକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସାହାଯ୍ୟ, ସହଯୋଗ ଓ ସମର୍ଥନ ମିଳିଥିବା ବେଳେ ବରିଷ୍ଠ ସାମ୍ବାଦିକ ରବି ଦାସ, ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ, ପଦ୍ମଚରଣ ନାୟକ ପ୍ରମୁଖ ସହଯୋଗ କରିଥିଲେ। ସୂଚନା ମୁତାବକ, ଓଡ଼ିଶାରୁ ସଂପୂର୍ଣ୍ଣ ମଦ ବନ୍ଦ ଦାବିରେ ଗତ ୧୩ ଦିନ ହେଲା ‘ପିପୁଲ୍ ଫର ସେବା’ ପକ୍ଷରୁ ‘ମୁଁ ଚାହେଁ ଓଡ଼ିଶାରୁ ମଦ ବନ୍ଦ ହେଉ’ ଆହ୍ବାନରେ ଆମରଣ ଅନଶନ ଚାଲିଥିଲା। ଆଦିତ୍ୟ ଦାଶଙ୍କ ନେତୃତ୍ବରେ ଲୋୟର ପିଏମ୍‌ଜିରେ ଏହି କର୍ମୀମାନେ ରାତି ଦିନ ବସି ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe