ହୋଲିରେ ଅଘଟଣ: ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ିଗଲେ ୧୩ ଜଣ, ୧୦ ମୃତ

ଦେବୀନଦୀରେ ବୁଡ଼ିଗଲେ ୩ ସାଙ୍ଗ

phenomenal.com.ng

ଭୁବନେଶ୍ବର: ରାଜ୍ୟରେ ଧୁମ୍‌ଧାମ୍‌ରେ ହୋଲି ପର୍ବ ଶନିବାର ଶେଷ ହୋଇଯାଇଛି। ବିଗତ ୨ ବର୍ଷ ହେବ କରୋନା କଟକଣା ଯୋଗୁଁ ହୋଲି ଖେଳ ହୋଇପାରି ନଥିବାରୁ ଏଥର ଲୋକେ ଅଧିକ ଉତ୍ସାହିତ ଦେଖାଯାଇଛନ୍ତି। ଏଥି ପାଇଁ ଅନେକ ସ୍ଥାନରେ ଅଘଟଣ ଓ ହିଂସା ମଧ୍ୟ ଦେଖାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୧୦ ଜଣ ପ୍ରାଣ ହରାଇଥିବା ଜଣାଯାଇଛି।

ସୂଚନା ଅନୁସାରେ କଟକ ମହାନଗର ଅଞ୍ଚଳରେ ଗାଧୋଇବା ସମୟରେ ପାଣିରେ ବୁଡ଼ିଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯିବାରୁ ୨ ଜଣ ନାବାଳକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। କେନ୍ଦୁଝର ଟାଉନଥାନା ଅନ୍ତର୍ଗତ ହରିଡ଼ାଗୋଠ ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସେହିପରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଭେଡେନ ନଦୀରେ ବୁଡ଼ି ଆଜି ପୂର୍ବାହ୍ନରେ ୨ ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ଖରସ୍ରୋତା ନଦୀରେ ଶୁକ୍ରବାର ଦିନ ବୁଡ଼ି ଯାଇଥିବା ପିଲାମାନଙ୍କ ମଧ୍ୟରୁ ଶନିବାର ଅପରାହ୍ନରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଦୀର୍ଘ ୨୪ ଘଣ୍ଟା ହେବ ନିଜର ଅପରେସନ ଜାରି ରଖିଥିବା ବେଳେ ଚତୁର୍ଥ ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀକୁ ଶନିବାର ସକାଳୁ କ୍ରିଷ୍ଣା ଜେନାର ମୃତଦେହ ମିଳିଥିବା ବେଳେ ଅପରାହ୍ନରେ କରନ ଜେନାଙ୍କ ମୃତଦେହ ମିଳିଛି। ଏହା ପୂର୍ବରୁ ଶୁଭମ ଜେନା  ସୁବ୍ରତ ଜେନାର ମୃତଦେହ ଶୁକ୍ରବାର ଦିନ ମିଳିଥିଲା। ତେବେ ଏବେ ସୁଦ୍ଧା ରାହୁଲ ଜେନା ଓ ବବଲୁ ଜେନା ନିଖୋଜ ଅଛନ୍ତି। ଅମିତ ଜେନା ସୁସ୍ଥ ହୋଇ କଟକ ବଡ଼ମେଡିକାଲରୁ ଗତକାଲି ରାତିରେ ଘରକୁ ଫେରି ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe