ରଣପୁର: ୧୩ ପୁଟ ଲମ୍ବର ଏକ ବିରଳ ଅହିରାଜ ସାପ ଉଦ୍ଧାର ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଡ଼ୁବୁରୀଗଡ଼ ଗାଁର ଧରମା ଭୂୟାଁଙ୍କ ଘରୁ ଆଜି ସକାଳୁ ଏକ ବିରଳ ରଙ୍ଗର ଅହିରାଜ ସାପ ଉଦ୍ଧାର ହୋଇଛି। ସାପଟି ଖାଦ୍ୟ ଅନ୍ବେଷଣ ରେ ଘର ଭିତରକୁ ଫସିଥିବା ସନ୍ଦେହ କରାଯାଇଛି। ଏହି ସାପଟିର ଲମ୍ବ ୧୩ ଫୁଟ ଲମ୍ବ ହୋଇଥିବା ବେଳେ ସାପକୁ ଦେଖି ପାରିବାର ଲୋକ ଭୟଭୀତ ହୋଇ ଯାଇଥିଲେ। ଘଟଣାସ୍ଥଳରେ ସାପଧରାଳି ଅଜୟ କୁମାର ଦାସ ପହଞ୍ଚି ସାପଟିକୁ ଉଦ୍ଧାର କରି ମାଳ ସଂରକ୍ଷଣ ବନ ଜଙ୍ଗଲରେ ଛାଡି ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us