ଓଲଟିଲା ଯାତ୍ରୀବାହୀ ବସ୍‌, ୧୩ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି

Advertisment
ଓଲଟିଲା ଯାତ୍ରୀବାହୀ ବସ୍‌, ୧୩ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଛତାବର-ନିଳୋକ ପୂର୍ତ୍ତ ବିଭାଗ ରାସ୍ତାର କୁଲଣାବଜାର ନିକଟରେ ଏକ ଯାତ୍ରୀବାହୀ ବସ ଓଲଟି ପଡିଛି। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ସାତଟା ବେଳେ ଭଦ୍ରକରୁ ମଞ୍ଜୁରୀରୋଡ଼ ଯାଉଥିବା ଘରୋଇ ଯାତ୍ରୀବାହୀ ଅମ୍ରିତ ନାମକ ଓଆର୨୨ଏ-୨୮୦୯ ବସ କୁଲଣା ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ନୟନଯୋରକୁ ଓଲଟି ପଡିବା ଫଳରେ ୧୩ ଯାତ୍ରୀ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି।

ରାସ୍ତାର ଦୁରାବସ୍ଥା ଯୋଗୁ ଯଦିଓ ବସର ଗତି ଧୀର ଥିଲା ତଥାପି ନୟନଯୋରକୁ ଓଲଟିପଡିବା ଯୋଗୁ ଅନେକ ଯାତ୍ରୀ ଆଘାତ ପ୍ରାପ୍ତ ହୋଇଛନ୍ତି। ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ। ଆହତମାନେ ହେଲେ ବିଶ୍ଵନାଥ ପଣ୍ଡା, ବୈଜୟନ୍ତୀ ଖୁଣ୍ଟିଆ,ପ୍ରିୟଦର୍ଶିନୀ ଘୋଷ, ମୁକ୍ତିକାନ୍ତ ସାହୁ, ବିଶ୍ଵନାଥ ସାହୁ, ବାସୁଦେବ ଖଣ୍ଡେଇ, ମଣ୍ଟୁ ପଲାର, ପାଳ ଜେନା, ପ୍ରୀତିରେଖା ଜେନା, ଚନ୍ଦ୍ର ଜେନା, ମାମିନା ଜେନା, ଅର୍ଜୁନ ଚରଣ ଜେନା। ସେମାନଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି।

publive-image

ଭଣ୍ଡାରିପୋଖରୀ ଓ ମଞ୍ଜୁରୀରୋଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଦୁର୍ଘଟଣାର ସଠିକ କାରଣ ଜଣାପଡିନଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି. ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସାଂସଦଙ୍କ ପ୍ରତିନିଧି ଲଳିତ ରାଉତ, ସରପଞ୍ଚ ପୂର୍ଣଚନ୍ଦ୍ର ମାଝୀ, ସମିତିସଭ୍ୟ ଦିପୁରଂଜନ ରାଉତ, କଂଗ୍ରେସ ନେତା ସୁବ୍ରତ ଦାସ, ପ୍ରଶାନ୍ତ ସାହୁ ମେଡିକାଲରେ ପହଁଚି ଆହତ ବ୍ୟକ୍ତି ମାନଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିଥିଲେ. ଆହତ ବ୍ୟକ୍ତି ମାନଙ୍କୁ ଅଧିକ ଚିକତ୍ସା ପାଇଁ ନେବାକୁ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସ କାନ୍ତି ସାମଲ ନିର୍ଦେଶ ଦେଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe