୧୩ ଚୋରି ସାଇକଲ ଜବତ, ଚୋର ଗିରଫ

Advertisment
୧୩ ଚୋରି ସାଇକଲ ଜବତ, ଚୋର ଗିରଫ

ତୁଷୁରା: ତୁଷୁରା ସହରରୁ ବିଭିନ୍ନ ସମୟରେ ଚୋରି ହୋଇଥିବା ୧୩ଟି ସାଇକଲକୁ ପୁଲିସ ଶନିବାର ଜବତ କରି ଚୋରକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା କଳାହାଣ୍ତି ଜିଲ୍ଲା ମ. ରାମପୁର ଥାନା ମୋହନଗିରି ଗ୍ରାମ ବଜାରପଡ଼ାର ଅଖିଳ ବୁଡ଼େକ ଓରଫ୍‌ ଅଜିତ (୨୩)।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୬ ମାସ ହେଲା ଅଭିଯୁକ୍ତ ଅଖିଳ ତୁଷୁରା ଥାନା ବଡ଼ଙ୍ଗୋମୁଣ୍ତା ପଞ୍ଚାୟତ ଟେବରାମୁଣ୍ତା ଗାଁରେ ଜଣେ ଝିଅ ସହିତ ରହୁଥିଲା। ସେ ତୁଷୁରା ସହରର ଗଳିକନ୍ଦିରେ ଟ୍ୟୁସନ ତଥା କୋଚିଂ ସେଣ୍ଟରଗୁଡ଼ିକୁ ଟାର୍ଗେଟ କରୁଥିଲା। ସେଠାକୁ ପଢ଼ିବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ସାଇକଲ ଚୋରି କରି ନେଉଥିଲା। ଲଗାତର ଏଭଳି ଚୋରି ଘଟଣା ତୁଷୁରା ପୁଲିସ ପାଇଁ ମୁଣ୍ତବଥାର କାରଣ ହୋଇଥିଲା। ଶୁକ୍ରବାର ସ୍ଥାନୀୟ ଜଗନ୍ନାଥପଡ଼ାରୁ ଏଭଳି ଜଣେ ଛାତ୍ରୀଙ୍କ ସାଇକଲ ଚୋରି ହୋଇଥିଲା।

ଏ ନେଇ ଛାତ୍ରୀଙ୍କ ଅଭିଭାବକ ଶିବା ସାହୁ ତୁଷୁରା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜ୍‌ ଆଧାର‌ରେ ଚୋରକୁ ଖୋଜିଥିଲା। ଅଭିଯୁକ୍ତ ଅଖିଳ ଟେବଡ଼ାମୁଣ୍ତାରେ ରହୁଥିବା ଜାଣିବା ପରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଏହା ସହ ଘର ପଛ ପଟେ ରଖିଥିବା ୧୩ଟି ସାଇକଲକୁ ମଧ୍ୟ ଜବତ କରିଥିଲା। ଶନିବାର ଅଭିଯୁକ୍ତ ଅଖିଳକୁ କୋର୍ଟଚାଲାଣ କରାଯାଇଛି ବୋଲି ଥାନାଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe