ସବୁଜିମାର ପୁନରୁଦ୍ଧାର ପାଇଁ ବ୍ୟାପକ ପ୍ରସ୍ତୁତି: ଲାଗିବ ୧୩୦.୫୦ ଲକ୍ଷ ବୃକ୍ଷ

Advertisment
ସବୁଜିମାର ପୁନରୁଦ୍ଧାର ପାଇଁ ବ୍ୟାପକ ପ୍ରସ୍ତୁତି: ଲାଗିବ ୧୩୦.୫୦ ଲକ୍ଷ ବୃକ୍ଷ

ଭୁବନେଶ୍ୱର: ବିନାଶକାରୀ ବାତ୍ୟା ‘ଫନି’ର ପ୍ରହାରରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳ ସମେତ ପୁରୀ, ଭୁବନେଶ୍ୱର ଓ କଟକ ସହରରେ ବିଧ୍ୱଂସ ହୋଇଥିବା ସବୁଜିମା ସୃଷ୍ଟି ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥି ପାଇଁ ଶୁକ୍ରବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିର୍ଦ୍ଧିଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଛି। ବୃକ୍ଷରୋପଣ ଏବଂ ନୂତନ ସବୁଜିମା ସୃଷ୍ଟି କାର୍ଯ୍ୟକୁ ଜନସାଧାରଣ, ଗ୍ରାମ ସମୁଦାୟ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କ ସହଯୋଗରେ ‘ମିଶନ ମୋଡ଼’ରେ କରିବା ପାଇଁ ମୁଖ୍ୟ ଶାସନ ସଚିବ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।

ବଂଚିବା ସମ୍ଭାବନା ଥିବା ଉପୁଡା ବୃକ୍ଷ ଗୁଡ଼ିକୁ ପୁନଃସ୍ଥାପନ କରିବା, ଦ୍ରୁତ ବୃଦ୍ଧି ପାଇଁ କୌଶଳ ବ୍ୟବହାର କରି ଅପେକ୍ଷାକୃତ ବଡ଼ ବୃକ୍ଷରୋପଣ କରିବା ଏବଂ ସମୁଦ୍ର ଉପକୂଳରେ ସବୁଜ ପ୍ରାଚୀର (ଗ୍ରୀନ ବାରିକେଡ) ସୃଷ୍ଟି କରିବା ପାଇଁ ମୁଖ୍ୟ ଶାସନ ସଚିବ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଏଥି ପାଇଁ ୧୮୮ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ପାଂଚ ବର୍ଷିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି।

ଚଳିତ ୨୦୧୯-୨୦ ବର୍ଷରେ ୧୩୦.୫୦ ଲକ୍ଷ ଚାରା ରୋପଣ କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି। ସେଥିରୁ ୮୦.୫୦ ଲକ୍ଷ ଚାରା ବିଭାଗ ମାଧ୍ୟମରେ ରୋପଣ କରାଯିବା ଏବଂ ୫୦ ଲକ୍ଷ ଚାରା ବିଭିନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପାଚଳ, ଘରୋଇ ଜମି ବାଡିରେ ରୋପଣ ପାଇଁ ବଣ୍ଟାଯିବ। ଏଥିପାଇଁ ବର୍ତ୍ତମାନ ସୁଦ୍ଧା ୧୨ ଫରେଷ୍ଟ ଡିଭିଜନରେ ୧୦୪ ଲକ୍ଷ ଚାରା ପ୍ରସ୍ତୁତ ଅଛି ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe