କେରଳ ବନ୍ୟାରେ ଫସିଛନ୍ତି ୧୩୦ ଓଡ଼ିଆ

କେରଳ ବନ୍ୟାରେ ଫସିଛନ୍ତି ୧୩୦ ଓଡ଼ିଆ

ଭୁବନେଶ୍ୱର : ଓଡ଼ିଶାର ପ୍ରାୟ ୧୩୦ ଜଣ ଲୋକ କେରଳ ବନ୍ୟାରେ ଫସିରହିଥିବା ନେଇ ସୂଚନା ମିଳିଛି। ସ୍ୱତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ନିକଟରେ ଏନେଇ ଖବର ପହଞ୍ଚିବା ପରେ ସେମାନଙ୍କ ଉଦ୍ଧାର ଓ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ କେରଳ ସରକାରଙ୍କୁ ଅନୁରୋଧ କରାଯାଇଛି।

ଏସ୍‌ଆରସି ବିଷ୍ଣୁପଦ ସେଠୀ ଆଜି ଏନେଇ କେରଳ ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ ପିଏଚ୍‌ କୁରିଆନ୍‌ଙ୍କ ନିକଟକୁ ପତ୍ର ଲେଖିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ କେରଳର ଓଡାପାଲ୍ଲି ଅଞ୍ଚଳର ଆଲୁଭା ମୁନ୍ନାରଠାରେ ଥିବା ଏକ ଘରେ ୧୩୦ ଜଣ ଓଡ଼ିଆ ରହିଯାଇଛନ୍ତି। ଅନିଲ୍‌ ସେଠୀ ନାମକ ଜଣେ ବ୍ୟକ୍ତି ଏନେଇ ଏସ୍‌ଓଏସ୍‌ ମାଧ୍ୟମରେ ଖବର ଦେଇଛନ୍ତି। ଯେଉଁମାନେ ବନ୍ୟାରେ ଫସିଛନ୍ତି ସେମାନଙ୍କୁ ଖାଦ୍ୟ ଓ ପାନୀୟ ମିଳିପାରୁ ନାହିଁ। ତେଣୁ ଏଦିଗରେ ପଦକ୍ଷେପ ନେବା ସହ ମୌଳିକ ସୁବିଧା ଯୋଗାଇ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ଏଥିପାଇଁ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରେ ଟୋଲ୍‌ ଫ୍ରି ନମ୍ବର ସହିତ ହେଲ୍‌ପ-ଲାଇନ ଖୋଲାଯାଇଛି। ବିପଦରେ ପଡ଼ିଥିବା ଲୋକଙ୍କୁ ସହାୟତା ଯୋଗାଇଦେବା ଓ ସଂଯୋଜନା ନିମନ୍ତେ ଏହି ହେଲ୍‌ପ-ଲାଇନ ଉଦ୍ଦିଷ୍ଟ। ଏହାର ଟୋଲ୍‌ ଫ୍ରି ନମ୍ବର ହେଉଛି ୧୦୭୦ ଏବଂ ଟେଲିଫୋନ ନମ୍ବର ୦୬୭୪-୨୫୩୪୧୭୭। ପ୍ରଭାବିତ ବ୍ୟକ୍ତି କିମ୍ବା ତାଙ୍କ ସଂପର୍କୀୟ ଏହି ଟୋଲ୍‌ ଫ୍ରି ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe