ବିଧାନସଭାରେ ବିରୋଧୀ ଦଳ ଉପନେତାଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର, ରାଜ୍ୟରେ ମୋଟ ୧୩୧ ଟି ଶୀତଳ ଭଣ୍ଡାର

Advertisment
ବିଧାନସଭାରେ ବିରୋଧୀ ଦଳ ଉପନେତାଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର, ରାଜ୍ୟରେ ମୋଟ ୧୩୧ ଟି ଶୀତଳ ଭଣ୍ଡାର

Twitter

ଭୁବନେଶ୍ବର: ରାଜ୍ୟରେ ମୋଟ ୧୩୧ ଟି ଶୀତଳ ଭଣ୍ଡାର ରହିଛି ବୋଲି ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ୧୩୧ଟି ମଧ୍ୟରୁ ବର୍ତ୍ତମାନ ୯୮ଟି ଅଚଳ ହୋଇ ପଡ଼ିଥିବା ବେଳେ ମାତ୍ର ୩୩ଟି ସଚଳ ରହିଛି।  ରାଜ୍ୟ ସରକାର ଶୀତଳ ଭଣ୍ଡାର ଉପରେ ଗୁରୁତ୍ୱ ଦେଉଛନ୍ତି। ପୂର୍ବ ଭଳି ରାଜ୍ୟରେ ଆଉ ବଡ଼ ବଡ଼ ଶୀତଳ ଭଣ୍ଡାର କରାଯିବ ନାହିଁ, ବରଂ ଯେଉଁଠି ଅମଳ ହେଉଛି ସେହି ସ୍ଥାନରେ ଛୋଟ ଛୋଟ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରକାର ଯୋଜନା କରୁଛନ୍ତି।
ଉଦ୍ୟାନ କୃଷି ଜରିଆରେ ରାଜ୍ୟର ଅମଳ ବୃଦ୍ଧି ପାଇଛି । ୨୦୧୫ ରୁ ୨୦୨୨ ମଧ୍ୟରେ ଫଳମୂଳ ଉତ୍ପାଦନ ୧୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପନିପରିବା ଉତ୍ପାଦନ ୯.୪ ପ୍ରତିଶତ ବୃଦ୍ଧି ପାଇଛି।

ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ପ୍ରଶ୍ନରେ ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ଉତ୍ତର ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe