ଜାତୀୟ ରାଜପଥ ଉପରେ ଛିଡ଼ି ପଡ଼ିଲା ୧୩୨ କେଭି ଲାଇନ୍ ତାର

ଜାତୀୟ ରାଜପଥ ଉପରେ ଛିଡ଼ି ପଡ଼ିଲା ୧୩୨ କେଭି ଲାଇନ୍ ତାର

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ୪୯ ନମ୍ବର ଜାତୀୟ ରାଜପଥରେ ୧୩୨ କେଭି ଲାଇନ୍ ତାର ଛିଡ଼ିବା ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ଣ ସାଢ଼େ ଗୋଟାଏ ସମୟରେ ଝାରସୁଗୁଡ଼ା ସହରର ବିଟିଏମ୍ ଛକ ନିକଟରେ ୧୩୨ କେଭି ଲାଇନ୍ ତାର  ଛିଡ଼ି ତଳେ ପଡ଼ିଥିଲା। ଏହି ବିଦ୍ୟୁତ୍ ତାର କାହାରି ଉପରେ ଅବଶ୍ୟ ପଡ଼ି ନ ଥିଲା। ଏହି କାରଣରୁ ସୌଭାଗ୍ୟବଶତଃ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।  ତେବେ୧୩୨ କେଭି ଲାଇନ୍ ତାର ଛିଡ଼ିବା ପରେ ରାସ୍ତାର ଦୁଇପଟରୁ ଯାନବାହନ ଚଳାଚଳ ପ୍ରାୟ ଘଣ୍ଟାଏ ଯାଏଁ ବନ୍ଦ ରହିଥିଲା।

ରାସ୍ତାରେ ୧୩୨ କେଭି ଲାଇନ୍ ତାର ଛିଡ଼ି ପଡ଼ିବା ଖବର ପାଇବା ପରେ ଘଟଣାସ୍ଥଳରେ ବିଦ୍ୟୁତ୍ କର୍ମଚାରୀମାନେ ପହଞ୍ଚିଥିଲେ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ୧୩୨ କେଭି ଲାଇନ୍ ତାର ଛିଡ଼ିଥିବା ଚର୍ଚ୍ଚା ହେଉଛି। କେଉଁ କାରଣରୁ ଏଭଳି ଘଟଣା ଘଟିଲା ସେଥିନେଇ ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe