ମାଲକାନଗିରି ଜିଲ୍ଲାରେ ସୁଭଦ୍ରା ଦ୍ଵିତୀୟ କିସ୍ତି ପାଇଲେ ୧୩୪୬୧୦ ମହିଳା

ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ଛାତ୍ରାବାସ ପରିସରରେ ସୁଭଦ୍ରା ଦ୍ୱିତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ଯୋଜନା ଦ୍ଵାରା ମାତୃଶକ୍ତିଙ୍କ ବିକାଶ ହୋଇପାରିଛି...

134,610 women get second installment of Subhadra in Malkangiri district

134,610 women get second installment of Subhadra in Malkangiri district Photograph: (sambad.in)

ମାଲକାନଗିରି: ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ଛାତ୍ରାବାସ ପରିସରରେ ସୁଭଦ୍ରା ଦ୍ୱିତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଯୋଗ ଦେଇ ଥିଲେ।

ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଏପିଡି ଆଡମିନ ରାମଚନ୍ଦ୍ର ଖଡ଼ିଆ ଓ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ଏହି ଯୋଜନା ଦ୍ଵାରା ମାତୃଶକ୍ତିଙ୍କ ବିକାଶ ହୋଇପାରିଛି ଓ ସେମାନଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବାରେ ଏହା ସହାୟକ ହୋଇପାରିଛି ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ। 

ଜିଲ୍ଲାରେ ୧୪୯୧୫୩ ଜଣ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଥିବା ବେଳେ ୧୩୬୯୩୩ ଜଣ ଏଥିରେ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଜି ସୁଦ୍ଧା ୧୩୪୬୧୦ ଜଣ ମହିଳା ସୁଭଦ୍ରା ଯୋଜନାରେ ଆର୍ଥିକ ରାଶି ପାଇଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଠାରେ ସୁଭଦ୍ରା ଦ୍ଵିତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିଲେ।

ଅଧିକ ପଢ଼ନ୍ତୁ: ଶଙ୍ଖ ଭବନରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବ ବିଜେଡି!

ଅନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଏହି ଅର୍ଥ ରାଶି ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମା’ ଏବଂ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆଜି  ଦୁଇ ହଜାରରୁ ଅଧିକ ମାଆ ରାଜ୍ୟସ୍ତରରେ ଆଭାସି ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତେରେସ୍କଭା ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅଧିକ ପଢ଼ନ୍ତୁ: ଫାଇନାଲ ଖେଳିବେନି କୋହଲି ? ଅଭ୍ୟାସ ସମୟରେ ଆହତ ହେଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe