ଜୟପୁର: ଜୟପୁର ଡଙ୍ଗାଗୁଡାସ୍ଥିତ ସତସଙ୍ଗ କେନ୍ଦ୍ର ଠାରେ ଆଜି ଭକ୍ତିମୟ ପରିବେଶରେ ଶ୍ରୀଶ୍ରୀଠାକୁରୁ ଅନୁକୂଳ ଚନ୍ଦ୍ରଙ୍କ ୧୩୫ ଆର୍ବିଭାବ ଉତ୍ସବ ପାଳିତ ହୋଇଯାଇଛି। ବରିଷ୍ଠ ସହ ପ୍ରତିରିତିକ୍ କପିଳ ମହାଙ୍କୁଡଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଯକ ପ୍ରେମାଂଶୁ ବେହେରା ଯୋଗ ଦେଇ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଆର୍ବିଭାବ ଦିବସ ବିଷୟରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିବା ସହ ଠାକୁରଙ୍କ ଜୀବନୀ ବିଷୟରେ ଯେଉଁ ସବୁ ଉଦାହରଣ ପ୍ରଦାନ କରିଥିଲେ ତାହାକୁ ପ୍ରତ୍ୟେକ ମନୁଷ୍ୟ ଜୀବନଚର୍ଯ୍ୟାରେ ଅନୁକରଣ କରିଲେ ନିଶ୍ଚିତ ଭାବେ ସୁସ୍ଥ ପରିବାର, ସମାଜ ଓ ରାଷ୍ଟ୍ର ଗଠନ ହୋଇପାରିବ ବୋଲି କହିଥିଲେ।
ଏଥିରେ ଅନ୍ୟତମ ବକ୍ତା ଭାବେ ସତସଙ୍ଗ କେନ୍ଦ୍ର ଦାୟିତ୍ବରେ ଥିବା ବିନୋଦ ମହାପାତ୍ର କହିଛନ୍ତି ଯେ, ଠାକୁରଙ୍କ ପ୍ରତ୍ୟେକ କଥା ଜଣେ ମଣିଷ ଯେଦୂର ପାରିବ ପାଳନ କରେ ତେବେ ସେ ନିଜର ଜୀବନକୁ ଶୃଙ୍ଖଳିତ କରିବା ସାଙ୍ଗକୁ ପରିବାର ଓ ସମାଜକୁ ଶୃଙ୍ଖଳିତ କରିପାରିବ। ଏଥିରେ ସହପ୍ରତିରିତିକ୍ ଶ୍ରୀ ମହାଙ୍କୁଡ ଶ୍ରୀ ମନ୍ଦିର ଗଠନକୁ ନେଇ ଚାଲଥିବା ଅଭିଯାନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ଅବସରରେ ଠାକୁରଙ୍କ ଭଜନ କୀର୍ତ୍ତିନ କରିବା ସହ ଆନନ୍ଦ ବଜାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ଅପରାହ୍ନରେ ମହିଳାମାନଙ୍କ ଦ୍ବାରା ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସହ ପ୍ରତିରିତିକ୍ ସୁଶୀଲ କୁମାର ପରିଜା ପରିଚାଳନା କରିଥିବା ବେଳେ ଆଇନଜୀବୀ କେଦାର ସାମନ୍ତରାୟ, ନରେଶ ମହାଙ୍କୁଡ, ଚନ୍ଦ୍ରକାନ୍ତ ସୁତାର, ରାଜେନ୍ଦ୍ର ଗୌଡ, ପ୍ରଭାତ ଦତ୍ତ, ଖଲି ପଟ୍ଟନାୟକ, ଧରଣୀଧର ସାହୁ, ଦଳଗୋବିନ୍ଦ ଜେନା ଓ ଦିଲେଶ୍ବର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Follow Us