ପୌର ନିର୍ବାଚନ: ୫ ଦିନ ବନ୍ଦ ରହିବ ମଦ ଦୋକାନ, ୧୧ ଦିନରେ ୧୩,୬୦୫ ଲିଟର ମଦ ଜବତ

Advertisment
ବାଲିଅନ୍ତାରେ ଚୋରାମଦ ବନ୍ୟା: ନାଁ’କୁ ଗିରଫଦାରୀ, ଥମୁନି କାରବାର

Cone Health

କଟକ: ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ୫ ଦିନ ପାଇଁ ସହରାଞ୍ଚଳର ମଦ ଦୋକାନଗୁଡ଼ିକ ବନ୍ଦ ରଖାଯିବ। ଆସନ୍ତା ୨୨ ତାରିଖ ଠାରୁ ୨୬ ଯାଏଁ ପୌରାଞ୍ଚଳରେ ମଦ ଦୋକାନଗୁଡ଼ିକ ବନ୍ଦ ରହିବ। ଏହି ପରିପ୍ରେକ୍ଷୀରେ ମଦ‌ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଆଦି ସ୍ଥାନରେ ମଦ ପିଇବା ଉ‌ପରେ କଟକଣା ଲାଗୁ ହେବ। ରାଜ୍ୟ ଅବକାରୀ କମିସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପୌର ନିର୍ବାଚନ ପାଇଁ ଜୋର୍‌ଦାର ପ୍ରଚାର ଚାଲିଛି। ସହରାଞ୍ଚଳର ଗଳିକନ୍ଦିରେ ଭୋଜିଭାତର ଆସର ଚାଲିଛି। ହୋଟେଲ, ଢାବା, ରେଷ୍ଟୁରାଣ୍ଟରେ ମଦର ବନ୍ୟା ଛୁଟୁଛି। କିନ୍ତୁ ଏହାରି ମଧ୍ୟରେ ଓଡ଼ିଶା ପୁଲିସ ମଧ୍ୟ ସକ୍ରିୟ ରହିଛି। ପୁଲିସ ଗତ ୩ ତାରିଖ ଠାରୁ ୧୩ ତାରିଖ ୧୧ ଦିନରେ ୧୩,୬୦୫ ଲିଟର ମଦ ଜବତ କରିଛି। ସେହିଭଳି ୧୯୯୪ ଗ୍ରାମ ନିଶାଦ୍ରବ୍ୟ ଜବତ କରିଛି। ରାଜ୍ୟ ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ବାଲେଶ୍ବରରେ ସର୍ବାଧିକ ୩୨୬୦.୪ ଲିଟର ମଦ ଜବତ ହୋଇଛି। ଅପରପକ୍ଷେ ବୌଦ୍ଧ ଜିଲ୍ଲାରେ ୭.୨୮ ଲିଟର ମଦ ଜବତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ୫ଟି ବେଆଇନ ଅସ୍ତ୍ର ଜବତ କରାଯାଇଛି। ୧୯୯୪ ଗ୍ରାମ ନିଶାଦ୍ରବ୍ୟ ଜବତ ହୋଇଛି। ମାଲକାନଗିରିରୁ ସର୍ବାଧିକ ୧୩୩୬ ଗ୍ରାମ ନିଶାଦ୍ରବ୍ୟ ଜବତ ହୋଇଛି।

ସୂଚନାଯୋଗ୍ୟ ଆସନ୍ତା ୨୪ ତାରିଖରେ ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି, ଏନଏସି ଓ ମହାନଗର ନିଗମରେ ଭୋଟ ଗ୍ରହଣ କରାଯିବ। ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ମତଦାତା ଭୋଟ ଦେବେ। ୨୬ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe