୩୦ ଜିଲ୍ଲାରୁ ୧୩୭୬ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ହଜାର ଟପିଲା

Advertisment
୩୦ ଜିଲ୍ଲାରୁ ୧୩୭୬ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ହଜାର ଟପିଲା

ଭୁବନେଶ୍ବର:  ଆଜି ରାଜ୍ୟରେ ୧୩୭୬ଜଣ ନୂଆ  କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୫,୦୦୦ ପାର କରିଛି । ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ୯୧୭ ଓ ସ୍ଥାନୀୟ ଅଞ୍ଚଳରୁ ୪୫୯ ସଂକ୍ରମିତ ଥିବା ସୂଚନା ରହିଛି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଆଜି ଗଞ୍ଜାମରୁ ସର୍ବାଧିକ ୪୮୪, ଅନୁଗୁଳ ଜିଲ୍ଲାରୁ ୫, ବାଲେଶ୍ବରରୁ ୨୯, ବରଗଡ଼ରୁ ୭, ଭଦ୍ରକରୁ ୧୦, ବଲାଙ୍ଗୀରରୁ ୧୯, ବୌଦ୍ଧରୁ ୮, କଟକରୁ ୭୫, ଅନୁଗୁଳରୁ ୫, ଦେବଗଡ଼ରୁ ୧୧, ଢେଙ୍କାନାଳରୁ ୧୫, ଗଜପତିରୁ ୭୪, ଜଗତସିଂହପୁରରୁ ୧୧, ଯାଜପୁରରୁ ୮, ଝାରସୁଗୁଡ଼ା ଜିଲ୍ଲାରୁ ୬, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୧୦୩, ଖୋର୍ଦ୍ଧା ଜିଲ୍ଲାରୁ ୧୮୭, କୋରାପୁଟ ଜିଲ୍ଲାରୁ ୭, ମାଲକାନଗିରି ଜିଲ୍ଲାରୁ ୧୫, ମୟୂରଭଞ୍ଜ ଜିଲ୍ଲାରୁ ୨୨, ନବରଙ୍ଗପୁର ଜିଲ୍ଲାରୁ୨୧, ନୟାଗଡ଼ ଜିଲ୍ଲାରୁ ୩୦, ନୂଆପଡ଼ା ଜିଲ୍ଲାରୁ ୪, ପୁରୀ ଜିଲ୍ଲାରୁ ୯୧ , ରାୟଗଡ଼ା ଜିଲ୍ଲାରୁ ୪୫, ସମ୍ବଲପୁର ଜିଲ୍ଲାରୁ ୧୭, ସୁବର୍ଣ୍ଣପୁର ଜିଲ୍ଲାରୁ ୫ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୫,୯୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ୯୨୮୭ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe