ଭୁବନେଶ୍ବର: ଆଜି ରାଜ୍ୟରେ ୧୩୮୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ୨୮ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮୮୯ ଓ ସ୍ଥାନୀୟ ଅଞ୍ଚଳରୁ ୪୯୫ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ୬୮୧କୁ ବୃଦ୍ଧି ପାଇଛି ।
ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୮, ଖୋର୍ଦ୍ଧା ଜିଲ୍ଲାରୁ ୨୦୧, କଟକ ଜିଲ୍ଲାରୁ ୧୨୧, ସମ୍ବଲପୁର ଜିଲ୍ଲାରୁ ୮୨, କେନ୍ଦୁଝର ଜିଲ୍ଲାରୁ ୬୬, ସୁନ୍ଦରଗଡ଼ ଜିଲ୍ଲାରୁ ୬୪, କନ୍ଧମାଳ ଜିଲ୍ଲାରୁ ୬୨, ଢେଙ୍କାନାଳ ଜିଲ୍ଲାରୁ ୫୧, କୋରାପୁଟ ଜିଲ୍ଲାରୁ ୪୯, କଳାହାଣ୍ଡି ଜିଲ୍ଲାରୁ ୪୭, ଭଦ୍ରକ ଜିଲ୍ଲାରୁ ୪୦, ଯାଜପୁର ଜିଲ୍ଲାରୁ ୩୯, ଗଜପତି ଜିଲ୍ଲାରୁ ୩୮, ବାଲେଶ୍ବର ଜିଲ୍ଲାରୁ ୩୭, ମାଲକାନଗିରି ଜିଲ୍ଲାରୁ ୩୪, ପୁରୀ ଜିଲ୍ଲାରୁ ୩୪, ନୟାଗଡ଼ ଜିଲ୍ଲାରୁ ୩୧, ମୟୂରଭଞ୍ଜ ଜିଲ୍ଲାରୁ ୨୮, ଜଗତସିଂହପୁର ଜିଲ୍ଲାରୁ ୨୦, ଅନୁଗୁଳ ଜିଲ୍ଲାରୁ ୧୪, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨, ବରଗଡ଼ ଜିଲ୍ଲାରୁ ୧୦, ବଲାଙ୍ଗୀର ଜିଲ୍ଲାରୁ ୫, ଝାରସୁଗୁଡ଼ା ଜିଲ୍ଲାରୁ ୩, ନୂଆପଡ଼ା ଜିଲ୍ଲାରୁ ୩, ବୌଦ୍ଧ ଜିଲ୍ଲାରୁ ୨, ନବରଙ୍ଗପୁର ଜିଲ୍ଲାରୁ ଓ ୨ ସୋନପୁର ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
image source--long island pressଏଣେ ଆଜି ରାଜ୍ୟରେ କରୋନାରେ ଆଉ ୯ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ ମୋଟ୍ ୨୩,୦୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୩୫୦ ରହିଛି।
Follow Us