Image Courtesy of Zee News
ନୟାଗଡ଼: ଜିଲ୍ଲା ପାଣିପୋଇଲା ଚିନିକଳ ନିକଟରେ ଗୁରୁବାର ଅପରାହ୍ଣରେ ବଜ୍ରପାତ ହୋଇଛି। ଏଥିରେ ୧୪ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ତେବେ ଗାଈଚରାଳି ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁସାରେ ଗାଈଚରାଳି ଆଜି ପୂର୍ବାହ୍ଣରେ ଗାଈ ଚରାଇବାକୁ ନେଇଥିଲେ। ବର୍ଷା ଆସିବାରୁ ଗଛମୂଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। କିଛି ମୁହୂର୍ତ୍ତ ଆଗରୁ ଗାଈଚରାଳି ନିକଟସ୍ଥ ଏକ ଘର ନିକଟକୁ ଚାଲିଯାଇଥିଲେ। ଫଳରେ ସେ ଅଘଟଣରୁ ବର୍ତ୍ତି ଯାଇଥିଲେ।
Follow Us