ରାତି ପାହିଲେ ରଥଯାତ୍ରା: ଶୃଙ୍ଖଳିତ ଯାତ୍ରା ଲାଗି ପ୍ରସ୍ତୁତି ଶେଷ

Advertisment

ରଥ-ପଥ ପ୍ରସ୍ତୁତ, ଭାଇ-ଭଉଣୀଙ୍କ ସହ ଆସିବେ ଶ୍ରୀଜଗନ୍ନାଥ

ରଥ-ପଥ ପ୍ରସ୍ତୁତ, ଭାଇ-ଭଉଣୀଙ୍କ ସହ ଆସିବେ ଶ୍ରୀଜଗନ୍ନାଥ

ରାତି ପାହିଲେ ରଥଯାତ୍ରା: ଶୃଙ୍ଖଳିତ ଯାତ୍ରା ଲାଗି ପ୍ରସ୍ତୁତି ଶେଷ

ପୁରୀ: ଆଉ କେଇ ଘଣ୍ଟା ପରେ ରାତି ପାହିବ। ସକାଳ ହେଲେ ଘୋଷଯାତ୍ରା ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ରଥ ଚଢ଼ି ମାଉସୀ ଘରକୁ ଯିବେ। ୧୪ ଦିନ ପରେ ରତ୍ନ ସିଂହାସନକୁ ଫେରିବେ। ବଡ଼ଦାଣ୍ଡରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର କିଲୋମିଟର ଦୂରରୁ ଭକ୍ତମାନେ ଶ୍ରୀକ୍ଷେତ୍ରରେ ସମାଗମ ହୋଇଛନ୍ତି। ରାତ୍ରି ସୁଦ୍ଧା ପାଖାପାଖି ୧୦ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ପୁରୀରେ ପହଞ୍ଚି ସାରିଛନ୍ତି। ସକାଳ ପାହିଲେ ପୁରୀ ପାଲଟି ଯିବ ଜନସମୁଦ୍ର।

ପ୍ରବଳ ଭିଡ଼କୁ ଦୃଷ୍ଟିରେ ପୁରୀ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ପୁରୀ ପୌରପାଳିକା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଯେଭଳି ଭାବରେ ଭକ୍ତ ଶାନ୍ତି ଶୃଙ୍ଖଳାର ସହିତ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ ସେଥିପାଇଁ ସୁବନ୍ଦୋବସ୍ତ କରାଯାଇଛି। ବଡ଼ଦାଣ୍ଡକୁ ପୁଲିସ ଛାଉଣୀରେ ପରିଣତ କରାଯାଇଛି। ସେହିଭଳି ପୁରୀ ହସ୍ପିଟାଲ, ରେଲେଓ୍ଵ ଷ୍ଟେସନ, ତାଳବଣିଆ ବସ ଷ୍ଟାଣ୍ଡ ଓ ପାର୍କିଂ ସ୍ଥଳ ଗୁଡ଼ିକରେ ପୁଲିସ ମୁତୟନ କରାଯାଇଛି।

publive-image

ଅନ୍ୟପକ୍ଷରେ ମହାପ୍ରଭୁଙ୍କୁ ମାଉସୀ ଘର ନେଇଯିବା ପାଇଁ ସିଂହଦ୍ୱାର ସମ୍ମୁଖରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଛିଡ଼ା ହୋଇଛି। ପରଂପରା ଅନୁସାରେ ପୂଜାର୍ଚ୍ଚନା ହେବା ପରେ ସକାଳ ୮ଟାରେ ପହଣ୍ଡି ବିଜେ ଆରମ୍ଭ ହେବ। ଅପରାହ୍ନ ୪ଟାରେ ରଥଟଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମୟ ନିର୍ଘଣ୍ଟ କରିଛି।

ରଥଯାତ୍ରାରେ ତିନି ରଥକୁ ଯାଇ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଠାକୁରଙ୍କୁ ଦର୍ଶନ କରିବେ। ତାଙ୍କ ସାଥୀରେ ୬ ଜଣ ସହଯୋଗୀ ରହିବେ। ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଆଜି ଭେଟିବା ପରେ ଶଙ୍କରାଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରଥ ଉପରକୁ ଯିବା ପାଇଁ ନିମନ୍ତ୍ରଣ ମିଳିଛି। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସଂପନ୍ନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe