କରୋନାରେ ସର୍ବାଧିକ ୧୪ଜଣଙ୍କ ମୃତ୍ୟୁ, ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା ୨୮୬କୁ ବୃଦ୍ଧି

କରୋନାରେ ସର୍ବାଧିକ ୧୪ଜଣଙ୍କ ମୃତ୍ୟୁ, ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା ୨୮୬କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୫୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୧୪ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଗଞ୍ଜାମରୁ ସର୍ବାଧିକ ୬, ଖୋର୍ଦ୍ଧା ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସଂକ୍ରମିତଙ୍କର କରୋନାରେ ମୃତ୍ୟୁ ଘଟିଛି।

ଗଞ୍ଜାମର ୫ ଜଣ ମୃତକ ପୁରୁଷଙ୍କ ମଧ୍ୟରେ ଦୁଇଜଣଙ୍କ ବୟସ ୫୦ ବର୍ଷ ହୋଇଥିବା ବେଳେ ଅନ୍ୟମାନଙ୍କ ବୟସ ୮୫, ୬୫ ଓ ୫୫ ବର୍ଷ। ଗଞ୍ଜାମର  ଯେଉଁ ମହିଳା ପ୍ରାଣ ହରାଇଛନ୍ତି , ତାଙ୍କର ବୟସ ହେଲା ୭୦ ବର୍ଷ। ନୟାଗଡ଼ରେ ୭୮, ୩୪ ଓ ୩୦ ବର୍ଷିୟ ପୁରୁଷଙ୍କ ପ୍ରାଣହାନି ଘଟିଛି। ଖୋର୍ଦ୍ଧା ଜିଲ୍ଲାର ମୃତକଙ୍କ ଭିତରେ ଜଣେ ୮୪ ବର୍ଷ ବୟସ୍କା ମହିଳା ଥିବା ବେଳେ ଦୁଇ ଜଣ ପୁରୁଷ ଅଛନ୍ତି ଯେଉଁମାନଙ୍କ ବୟସ ଯଥାକ୍ରମେ ୮୨ ଓ ୬୯ ବର୍ଷ।

ସୁନ୍ଦରଗଡ଼ରେ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି। ଉକ୍ତ ପୁରୁଷଙ୍କ ବୟସ ୭୨ ବର୍ଷ ବୋଲି ଜଣାଯାଇଛି। ଅପରପକ୍ଷରେ ରାୟଗଡ଼ାରେ ଜଣେ  ୪୬ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୩୧,୭୮୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୩୩୪ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe