ବାତ୍ୟା ‘ଫନି’ ଯୋଗୁଁ ପ୍ରଭାବିତ ହେଲେ ୧୪ ଜିଲ୍ଲାର ୧,୫୦,୯୪,୩୨୧ ଲୋକ: ରିପୋର୍ଟ

Advertisment
ବାତ୍ୟା ‘ଫନି’ ଯୋଗୁଁ ପ୍ରଭାବିତ ହେଲେ ୧୪ ଜିଲ୍ଲାର ୧,୫୦,୯୪,୩୨୧ ଲୋକ: ରିପୋର୍ଟ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ଯୋଗୁଁ ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଲାରୁ ୧,୫୦,୫୪,୩୨୧ ଜଣ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଷ୍ଟେଟ ଇମାରଜେନ୍ସି ଅପରେସନ୍‌ ସେଣ୍ଟର ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ଏହା କୁହାଯାଇଛି। ରିପୋର୍ଟ ଅନୁସାରେ ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଗଂଜାମ, ଜଗତସିଂହପୁର, ଯାପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଂଜ ଓ ନୟାଗଡ଼ ଜିଲ୍ଲାର ଲୋକେ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି।

publive-image

ବାତ୍ୟାରେ ମୋଟ ୧୫୯ଟି ବ୍ଲକ ଓ ୫୨ଟି ପୌରପାଳିକା ୧୬,୬୫୯ଟି ଗାଁ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ମୋଟ ୫,୦୮,୬୬୭ଟି ଘର କ୍ଷତି ହୋଇଛି। ସେହିପରି ଲକ୍ଷାଧିକ ଘର ଆଂଶିକ ରୂପେ କ୍ଷତି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ସେହିଭଳି ବାତ୍ୟା ଯୋଗୁଁ ମୋଟ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏଥିରୁ ପୁରୀ ଜିଲ୍ଲାରେ ସର୍ବାଧିକ ୨୧ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରେ ୩ ଜଣ, ମୟୂରଭଂଜ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରେ ୪-୪ ଜଣ ଏବଂ କଟକ ଜିଲ୍ଲାରେ ୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe