୧୪ ଫୁଟିଆ ଅଜଗର ଦେଖି ଲୋକେ ଭୟଭୀତ, ଉଦ୍ଧାର କଲେ ସ୍ନେକ୍‌ ହେଲ୍ପଲାଇନ୍‌ର ସଦସ୍ୟ

Advertisment
୧୪ ଫୁଟିଆ ଅଜଗର ଦେଖି ଲୋକେ ଭୟଭୀତ, ଉଦ୍ଧାର କଲେ ସ୍ନେକ୍‌ ହେଲ୍ପଲାଇନ୍‌ର ସଦସ୍ୟ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀର ଗୟଲବାଙ୍କ ଯାରିଆ ଶବରସାହି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଆଜି ଏକ ୧୪ ଫୁଟ ଲମ୍ବ ବିଶିଷ୍ଟ ଏକ ବଡ଼ ଅଜଗର ଉଦ୍ଧାର ହୋଇଛି। ଏହି ଅଜଗରକୁ ଦେଖି ପ୍ରଥମେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ଏହି ଅଜଗରକୁ ସ୍ନେକ ହେଲ୍ପଲାଇନର ସଦସ୍ୟମାନେ ଉଦ୍ଧାର କରିଥିଲେ। ପରେ ଏହାକୁ ଘଞ୍ଚ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।

ବିଶାଳ ଅଜଗର ଚଳପ୍ରଚଳ ନେଇ ଶବରସାହି ଗାଁର ଲୋକଙ୍କ ଠାରୁ ସୂଚନା ମିଳିବା ପରେ ଆଜି ସକାଳେ ସ୍ନେକ ହେଲ୍ପଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା, ସଦସ୍ୟ ଅମିତ ସାହୁ ଓ ଦୁର୍ଗାମାଧବ ମହାପାତ୍ର ସେଠାରେ ପହଞ୍ଚିଥିଲେ। ସେମାନେ ସୁରକ୍ଷିତ ଭାବେ ୧୪ ଫୁଟର ଅଜଗରକୁ ଉଦ୍ଧାର କରିଥିଲେ।

ସୂଚନାଯୋଗ୍ୟ କିଛିଦିନ ପୂର୍ବେ ମଧ୍ୟ ଏହି ସ୍ଥାନ ପାଖରେ ଜଣେ ଲୋକଙ୍କୁ ଅଜଗର ଗିଳିଦେବା ନେଇ ଗୁଜବ ହୋଇଥିଲା। ଯେଉଁ ବ୍ୟକ୍ତିଙ୍କ ବାବଦରେ ଏହି ଗୁଜବ ହୋଇଥିଲା, ଏବେ ବି ସଂପୃକ୍ତ ବ୍ୟକ୍ତି ନିଖୋଜ ଅଛନ୍ତି। ସେଥିପାଇଁ ଗ୍ରାମ ଲୋକମାନେ ୧୪ ଫୁଟର ଅଜଗରକୁ ଦେଖି ସମ୍ପୂର୍ଣ୍ଣ ଭୟଭୀତ ହୋଇପଡିଛନ୍ତି। ଭୟରେ ସାପକୁ କିଛି ଲୋକ ମାରିବାକୁ ଯାଉଥିଲା ବେଳେ ସେଠାରେ ସ୍ଥାନୀୟ ବନ କର୍ମଚାରୀ ଜନ୍ମଜୟ ଦେହୁରୀ ଲୋକମାନଙ୍କୁ ବୁଝାଇ ବାରୁ ସାପ ଉଦ୍ଧାର ସମ୍ଭବ ହୋଇଥିଲା। ଅଜଗରକୁ ଉଦ୍ଧାର କଲା ପରେ ବନ କର୍ମଚାରୀଙ୍କ ଉପସ୍ଥିତିରେ ନିକଟସ୍ଥ ଚନ୍ଦକା ଡମପଡା ଅଭୟାରଣ୍ୟରେ ଛାଡି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe