ଅଗ୍ନିକାଣ୍ଡରେ ଜଲିଗଲା ମେସ୍‌ର ୧୪ ବଖରା

ଅଗ୍ନିକାଣ୍ଡରେ ଜଲିଗଲା ମେସ୍‌ର ୧୪ ବଖରା

ଭଦ୍ରକ: ଭଦ୍ରକ ଟାଉନ୍‌ ଥାନା ଅଧୀନ ଜଗନ୍ନାଥପୁରର ସିଦ୍ଧାର୍ଥ ନାମକ ଏକ ମେସ୍‌ରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ମେସ୍‌ ପିଲାମାନେ ଆଜି ଗ୍ୟାସ୍‌ରେ ରୋଷେଇ କରୁଥିବା ବେଳେ ହଠାତ୍‌ ଟାଙ୍କିରୁ ନିଆଁ ବାହାରି ଘରର ଚାଳରେ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ୧୪ଟିରୁ ଅଧିକ ବଖରା ଜଳିଯାଇଛି।

ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ମେସ୍‌ରେ ରହୁଥିବା ୨୦ ଜଣ ଛାତ୍ରଙ୍କ ବହି, ଖାତା, ପୋଷାକ ଓ ଆବଶ୍ୟକ ଜିନିଷ ନଷ୍ଟ ହୋଇଥିବା ଜଣାପଡ଼ିଛି। ୨ଟି ଦମକଳ ଗାଡ଼ି ନିଆଁ ଲିଭା କାମରେ ଲଗିଥିଲେ। ହେଲେ ନିଆଁ ଆୟତ୍ତ ହେବା ବେଳକୁ ସବୁକିଛି ପୋଡ଼ି ନଷ୍ଟ ହୋଇସାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe