ବସ୍‌-ହାଇୱା ଧକ୍କା, ୧୪ ଯାତ୍ରୀ ଆହତ

Advertisment
ବସ୍‌-ହାଇୱା ଧକ୍କା, ୧୪ ଯାତ୍ରୀ ଆହତ

ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ଭଡ଼ଙ୍ଗା ଛକ ନିକଟ ୫୩ ନମ୍ବର ଜାତୀୟ ରାଜପଥରେ ଗୁରୁବାର ପୂର୍ବାହ୍ଣ ପ୍ରାୟ ୧୦ଟାରେ ବସ୍‌ ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଡୁବୁରି ଅଞ୍ଚଳରୁ ଓସେନ୍ କୁଇନ୍ ନାମକ ବସ୍‌ (ଓଡି ୦୪ ଇ ୨୨୬୨) ପ୍ରାୟ ୪୩ ଜଣ ଯାତ୍ରୀଙ୍କୁ ନେଇ ଚଣ୍ତିଖୋଲ ଅଭିମୁଖେ ଯାଉଥିଲା। ଭଡ଼ଙ୍ଗା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଓଆର୍ ୦୯କେ-୫୮୫୧ ହାଇୱା ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣାରେ ଆନନ୍ଦପୁର ଅଞ୍ଚଳର ମାଳତି ମାରାଣ୍ତି(୪୬), ଜଗତସିଂପୁରର ଲକ୍ଷ୍ମୀଧର ମୁଦୁଲି(୪୨), ସୁକିନ୍ଦା ବାମ୍ବିଲୋ ଗ୍ରାମର ବିଦ୍ୟାଧର ନାୟକ(୬୧), ଗିରୀଶ ପରିଡ଼ା (୪୬), ସୁକିନ୍ଦାର ବାସନ୍ତି ସାହୁ (୫୦), ଘଷିପୁରା ଥାନା ରାଘବପୁର ଗ୍ରାମର ଶାନ୍ତନୁ କୁମାର ପତି(୭୦), ଜେନାପୁର ଥାନା ମୁକୁନ୍ଦପୁର ଗ୍ରାମର ବିକାଶ ପ୍ରଧାନ(୨୭), ନିହଲପ୍ରସାଦ ଥାନା ନିତ୍ୟାନନ୍ଦପୁରର ଶ୍ୟାମସୁନ୍ଦର ସାହୁ(୪୨), ନୀଳ ସାହୁ(୭୦), ବ୍ରାହ୍ମଣବାଟି ଗ୍ରାମର ଭଗବାନ ନାଥ(୪୪) ଓ କେନ୍ଦୁଝର କେଶଦୁରାପାଳ ଗ୍ରାମର ସୁନିଆ ପାତ୍ର(୪୭) ଆହତ ହୋଇଛନ୍ତି।

ଖବରପାଇ ଚଣ୍ତିଖୋଲ ଦମକଳ ବାହିନୀ କର୍ମଚାରୀ ଓ ପୁଲିସ୍‌ ପହ‌ଞ୍ଚି ସେମାନଙ୍କୁ ନେଇ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗୁରୁତର ଦୁଇଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe