14 naxals killed in encounter today Photograph: (sambad.in)
ମାଲକାନଗିରି: ନୂଆ ବର୍ଷ ଆରମ୍ଭରୁ ମାଓ ଦମନରେ ସୀମାନ୍ତ ଛତିଶଗଡ଼ର ସୁକମା ଓ ବିଜାପୁର ପୁଲିସକୁ ମିଳିଛି ବଡ଼ ସଫଳତା। ଦୁଇଟି ସ୍ଥାନରେ ହୋଇଥିବା ଏନ୍କାଉଣ୍ଟରରେ ୧୪ ନକ୍ସଲ ନିହତ ହୋଇଛନ୍ତି। ବିଜାପୁର ଜିଲ୍ଲାରେ ୨ ଏବଂ ସୁକମା ଜିଲ୍ଲାରେ ୧୨ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ପୁଲିସ ସ୍ପଷ୍ଟ କରିଛି। ସୁକମାରେ ହୋଇଥିବା ଏନ୍କାଉଣ୍ଟରରେ କୋଣ୍ଟା ଏରିଆ କମିଟିର ସଚିବ ସଚିନ ମାଙ୍ଗଡୁ ନିହତ ହୋଇଛି।
/filters:format(webp)/sambad/media/media_files/2026/01/04/sfhhfshf-2026-01-04-00-57-30.jpg)
ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନା ଗଗନପାଲି ଗାଁ ନିକଟ ଜଙ୍ଗଲ, ସୁକମା ଜିଲ୍ଲା କୋଣ୍ଟା ଓ କିଷ୍ଟରାମ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଗୁଇନ୍ଦା ସୂଚନାକୁ ଭିତ୍ତି କରି ଉଭୟ ଜିଲ୍ଲାର ପୁଲିସ ଓ ଡିଆର୍ଜି ଯବାନ ଶୁକ୍ରବାର ରାତିରେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ। ଶନିବାର ଭୋର ୫ଟାରେ ବିଜାପୁର ଜିଲ୍ଲା ଗଗନପାଲି ଗ୍ରାମରେ ନକ୍ସଲ-ପୁଲିସ ମୁହାଁମୁହିଁ ହୋଇଥିଲେ। ଗୁଳି ବିନିମୟରେ ୨ ନକ୍ସଲ ନିହତ ହୋଇଥିଲେ। ସେହିପରି ସକାଳ ୮ଟାରେ ସୁକମା ଜିଲ୍ଲାର କୋଣ୍ଟା ଓ କିଷ୍ଟରାମ ଜଙ୍ଗଲରେ ନକ୍ସଲ-ପୁଲିସ ମୁହାଁମୁହିଁ ହୋଇଥିଲେ। ଗୁଳି ବିନିମୟରେ ୧୨ ନକ୍ସଲ ନିହତ ହୋଇଥିଲେ। ଅପରାହ୍ଣ ପର୍ଯ୍ୟନ୍ତ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ପୁଲିସ ଗୁଳିକୁ ସାମନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେବା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ପୁଲିସ। ଜଙ୍ଗଲରୁ ୧୪ ନକ୍ସଲଙ୍କ ମୃତଦେହ ସହ ଏକେ-୪୭, ଏସ୍ଏଲ୍ଆର୍, ଇନ୍ସାସ୍ ବନ୍ଧୁକ, ବହୁ ପରିମାଣରେ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି।
Follow Us