ବିଜୟୱାଡା ସଙ୍ଗରୋଧ କେନ୍ଦ୍ରରେ ୧୪ ପାଇପ ମିସ୍ତ୍ରୀ, ସାଇକେଲରେ ଚେନ୍ନାଇରୁ ଆସୁଥିଲେ ସମ୍ବଲପୁର

ବିଜୟୱାଡା ସଙ୍ଗରୋଧ କେନ୍ଦ୍ରରେ ୧୪ ପାଇପ ମିସ୍ତ୍ରୀ, ସାଇକେଲରେ ଚେନ୍ନାଇରୁ ଆସୁଥିଲେ ସମ୍ବଲପୁର

ସମ୍ବଲପୁର: ସାଇକେଲରେ ଚେନ୍ନାଇରୁ ସମ୍ବଲପୁର ଫେରୁଥିବା ବେଳେ ୧୪ ପାଇପ ମିସ୍ତ୍ରୀଙ୍କୁ ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଅଟକାଇଲା ପୁଲିସ। ସେମାନଙ୍କୁ ସ୍ଥାନୀୟ ଏକ ସ୍କୁଲରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି।

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସାଉଁଟିମାଲର ଶିବାଜୀ ସେଠି କହିଛନ୍ତି, ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ଅନେକ ବ୍ୟକ୍ତି ଚେନ୍ନାଇସ୍ଥିତ ଏକ ପାଇପ କମ୍ପାନିରେ କାର୍ଯ୍ୟ କରିଥାଆନ୍ତି। ୨୨ ତାରିଖ ଜନତା କର୍ଫ୍ୟୁ ପରେ ଠିକାଦାର ସେମାନଙ୍କୁ ୨୨ ଦିନର ବେତନ ଦେଇଥିଲା। ଏଥିରେ ସେମାନେ କୌଣସି ପ୍ରକାର ଖାଦ୍ୟ ବ୍ୟବସ୍ଥା କରିଥିଲେ। ଏକ ମାସ ମଧ୍ୟରେ ସେମାନଙ୍କ ପାଇଁ କେହି ମଧ୍ୟ ଟଙ୍କା କିମ୍ବା ରାସନର ବ୍ୟବସ୍ଥା କରି ନଥିଲେ। କୌଣସି ପ୍ରକାର ସରକାରୀ ସହଯୋଗ ମଧ୍ୟ ମିଳିଲା ନାହିଁ।

publive-image

ସେମାନେ ରହୁଥିବା ସ୍ଥାନରେ ତାମିଲ ଛଡ଼ା ଅନ୍ୟ କେହି ବୁଝନ୍ତି ନାହିଁ। ତେଣୁ ନିଜ ସମସ୍ୟା ଜଣାଇବା ଅସମ୍ଭବ ଭଳି ସ୍ଥିତି ଥିଲା। ଏଥିଯୋଗୁଁ ସମ୍ବଲପୁର ଫେରିବା ପାଇଁ ୧୪ ପାଇପ ମିସ୍ତ୍ରୀ ନିଷ୍ପତ୍ତି ନେଇଥିବା କହିଛନ୍ତି। ପ୍ରଥମେ ସାଇକେଲର ବ୍ୟବସ୍ଥା କରାଗଲା। ଜଣ ପିଛା ୫୦୦ରୁ ୬୦୦ ଟଙ୍କା ଦେଇ ୧୩ଟି ପୁରୁଣା ସାଇକେଲ କିଣିଥିଲେ। ଏପ୍ରିଲ ୨୩ ତାରିଖରୁ ଚେନ୍ନାଇରୁ ଯାତ୍ରା ଆରମ୍ଭ ହୋଇଥିଲା। ଭୋର ୩ଟାରୁ ଯାତ୍ରା ଆରମ୍ଭ କରି ଦିନ ୧୦ଟା ପର୍ଯ୍ୟନ୍ତ ସାଇକେଲ ଚଲାଇ ଚେନ୍ନାଇରେ ସ୍ଥିତ ବସଷ୍ଟାଣ୍ଡରେ ଆଶ୍ରୟ ନେଇଥିଲେ।

ସେଠାରେ ଗାଧୋଇବା, ଖାଇବା ପରେ ମଧ୍ୟାହ୍ନ ୩ଟାରୁ ରାତି ୩ଟା ପର୍ଯ୍ୟନ୍ତ ପୁନର୍ବାର ଦ୍ବିତୀୟ ପର୍ଯ୍ୟାୟରେ ସାଇକେଲ ଯାତ୍ରା କରୁଥିଲେ। ଏହିଭଳି ୪ ଦିନ ଯାତ୍ରା ପରେ ବିଜୟଓ୍ବାଡ଼ାରେ ପୁଲିସ ସମସ୍ତଙ୍କୁ ଧରିଥିଲା। ସ୍ଥାନୀୟ ଏକ ସ୍କୁଲରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ସମସ୍ତଙ୍କୁ ରଖାଯାଇଥିବା ସେମାନେ କହିଛନ୍ତି। ଶିବାଜୀ କହିଛନ୍ତି, ଏଠିକୁ ଆସିବା ପରେ ପଞ୍ଜୀକରଣ କରି ଘରକୁ ଫେରିବାର ଅନୁମତି ମିଳିଥିବା ସେ ଜାଣିଲେ। ନଚେତ ସେମାନେ କିଛି ଦିନ ଅପେକ୍ଷା କରିଥାଆନ୍ତେ। ତାଙ୍କ ପାଇଁ ପରିବାର ପକ୍ଷରୁ ପଞ୍ଜୀକରଣ କରାଇଛନ୍ତି। ୩ ତାରିଖ ଲକଡାଉନ ଉଠିବା ପରେ ସେମାନଙ୍କୁ ଛଡ଼ାଯିବ ବୋଲି କହିଥିବା ଏହି ଦଳ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe