ଏନଆଇଟି ସଂକ୍ରମଣ ସଂଖ୍ୟା ୧୪କୁ ବଢ଼ିଲା

ଏନଆଇଟି ସଂକ୍ରମଣ ସଂଖ୍ୟା ୧୪କୁ ବଢ଼ିଲା

ରାଉରକେଲା: ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନଆଇଟି)ରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଅନୁଷ୍ଠାନରେ ଆଜି ଆଉ ୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପହଂଚିଛି। ଏହାସହ, ଅନୁଷ୍ଠାନରେ ମୋଟ ସଂକ୍ରମିତ ସଂଖ୍ୟା ୧୪ରେ ପହଂଚିଛି। ସମସ୍ତ ସଂକ୍ରମିତଙ୍କୁ ସଂଗରୋଧରେ ରଖାଯାଇଛି।

ସୂଚନାଯୋଗ୍ୟ, ଗତ ୧୦ ତାରିଖ, ୧୫ ତାରିଖ ଓ ୨୨ ତାରିଖ ଯାଏଁ ୩ ଛାତ୍ରଛାତ୍ରୀ ସଂକ୍ରମିତ ଥିବା ଜଣାପଡିଥିଲା। ଏହାର ଦିନକ ପରେ ଆଉ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସଂକ୍ରମିତ ହୋଇଥିବା ମୋଟ ୭ଜଣ ଛାତ୍ରଛାତ୍ରୀ ସଂଗରୋଧରେ ଓ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ଦେଇଛନ୍ତି ରେଜିଷ୍ଟ୍ରାର ପ୍ରଫେସର ପି.କେ.ଦାସ। ପ୍ରସ୍ତାବିତ ସେମିଷ୍ଟାର ପରୀକ୍ଷା ଅନଲାଇନ ମାଧ୍ୟମରେ କରିବାକୁ ସିନେଟ ବୈଠକରେ ନିଷ୍ପତ୍ତି ହୋଇସାରିଛି।

ଏଣୁ ଛାତ୍ରଛାତ୍ରୀ ହଷ୍ଟେଲ ଛାଡିବା ପୂର୍ବରୁ ସମସ୍ତଙ୍କ କୋଭିଡ ଟେଷ୍ଟ କରାଯିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ସେହିଭଳି ସଂକ୍ରମିତ ଥିବା ଛାତ୍ରଛାତ୍ରୀ ଙ୍କ କଣ୍ଟାକ୍ଟ ଟ୍ରେସିଂ ଆଧାରରେ ମଧ୍ୟ ଟେଷ୍ଟିଂ ଆରମ୍ଭ କରାଯାଇଛି। ଏହାମଧ୍ୟରେ ଗତ ତିନିଦିନ ହେଲା ପ୍ରାୟ ୩ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ କୋଭିଡ ପରୀକ୍ଷା ହୋଇଛି। ସ୍ୱାବ ସଂଗ୍ରହ ଓ ନମୁନା ପ୍ରକ୍ରିୟାକୁ ଆଗାମୀ ଦିନରେ ତ୍ୱରାନ୍ୱିତ କରାଯିବ। ଆସନ୍ତାକାଲିଠାରୁ ୩ ଟି ଟିମ ନମୁନା ସଂଗ୍ରହ ଓ ପରୀକ୍ଷା ପ୍ରକ୍ରିୟାରେ ନିଯୁକ୍ତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe