ମହଙ୍ଗା ପଡ଼ିଲା ବିଶୃଙ୍ଖଳିତ ଆଚରଣ: ହଷ୍ଟେଲ୍‌ରୁ ବିଦାହେଲେ ୧୪ ଛାତ୍ର

Advertisment
ସରାଙ୍ଗ ଇଞ୍ଜିନିୟରିଂ କଲେଜରେ ଛାତ୍ର, ଅଣଛାତ୍ର ଗଣ୍ଡଗୋଳ

shiksha.com

ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ସରାଙ୍ଗ ଇଞ୍ଜିନିୟରିଂ କଲେଜର ଆଣ୍ଟି ରାଗିଂ କମିଟି ପକ୍ଷରୁ ଆଜି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କଲେଜ ପରିସରରେ ଥିବା ଆର୍ଯ୍ୟଭଟ୍ଟ ହଷ୍ଟେଲରେ ରହୁଥିବା ବି.ଟେକ୍‌ ଦ୍ବିତୀୟ ବର୍ଷର ୧୪ଜଣ ଛାତ୍ରଙ୍କୁ କମିଟି ନିଷ୍ପତ୍ତି କ୍ରମେ ହଷ୍ଟେଲ୍‌ରୁ ବହିଷ୍କାର କରାଯାଇଛି। ୪ ଜଣ ଛାତ୍ରଙ୍କୁ ୧୪ ହଜାର ଟଙ୍କା ଲେଖାଁଏ ଜରିମାନା କରାଯାଇଛି।

ଏହି ଛାତ୍ରମାନଙ୍କୁ ଯଦି ହଷ୍ଟେଲ୍‌ରେ କେହି ରହିବାର ସୁଯୋଗ ଦିଅନ୍ତି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏ ନେଇ କଲେଜ ନିର୍ଦ୍ଦେଶକ ଡ. ସତ୍ୟବ୍ରତ ମହନ୍ତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l କଲେଜର ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୫ ହଜାର ହୋଇଥିବା ବେଳେ ଅଳ୍ପ କିଛି ଛାତ୍ରଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ କଲେଜ ବାରମ୍ବାର ନିନ୍ଦିତ ହେଉଛି। ସେଥିପାଇଁ କଲେଜ ପରିସରରେ ଥିବା ଆର୍ଯ୍ୟଭଟ ହଷ୍ଟେଲରେ ରହୁଥିବା ବି.ଟେକ୍‌ ଦ୍ବିତୀୟ ବର୍ଷର ୧୪ଜଣ ଛାତ୍ରଙ୍କୁ କମିଟି ନିଷ୍ପତ୍ତି କ୍ରମେ ହଷ୍ଟେଲ୍‌ରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe