Advertisment

Train: ୬୫ ଦିନ ପୁରୀ ଆସିବନି ୧୪ ଟ୍ରେନ୍‌: ରେଳଷ୍ଟେସନ୍‌ର ଉନ୍ନତୀକରଣ ପାଇଁ ପ୍ରଭାବିତ ହେବ ରେଳସେବା

Advertisment

ପୁରୀ ରେଳ ଷ୍ଟେସନ୍‌ର ନବୀକରଣ ଚାଲିଛି। ଷ୍ଟେସନ୍‌ ପରିସରରେ ଥିବା ରେଳଧାରଣାକୁ କଂକ୍ରିଟ୍‌ଯୁକ୍ତ କରାଯିବାକୁ ଯୋଜନା ହୋଇଛି। ଅର୍ଥାତ୍‌ ଟ୍ରାକ୍‌ରେ ଆଉ ଗୋଡ଼ି ରହିବ ନାହିଁ। ଏହା ସହିତ ୭ ନମ୍ବର ଓ ୮ ନମ୍ବର ପ୍ଲାଟ୍‌ଫର୍ମର ଉନ୍ନତୀକରଣ ହେବ।

ପୁରୀ ରେଳ ଷ୍ଟେସନ୍‌ର ନବୀକରଣ ଚାଲିଛି। ଷ୍ଟେସନ୍‌ ପରିସରରେ ଥିବା ରେଳଧାରଣାକୁ କଂକ୍ରିଟ୍‌ଯୁକ୍ତ କରାଯିବାକୁ ଯୋଜନା ହୋଇଛି। ଅର୍ଥାତ୍‌ ଟ୍ରାକ୍‌ରେ ଆଉ ଗୋଡ଼ି ରହିବ ନାହିଁ। ଏହା ସହିତ ୭ ନମ୍ବର ଓ ୮ ନମ୍ବର ପ୍ଲାଟ୍‌ଫର୍ମର ଉନ୍ନତୀକରଣ ହେବ।

train

young man dies in train accident Photograph: (sambad.in)

ପୁରୀ: ପୁରୀ ରେଳ ଷ୍ଟେସନ୍‌ର ନବୀକରଣ ଚାଲିଛି। ଷ୍ଟେସନ୍‌ ପରିସରରେ ଥିବା ରେଳଧାରଣାକୁ କଂକ୍ରିଟ୍‌ଯୁକ୍ତ କରାଯିବାକୁ ଯୋଜନା ହୋଇଛି। ଅର୍ଥାତ୍‌ ଟ୍ରାକ୍‌ରେ ଆଉ ଗୋଡ଼ି ରହିବ ନାହିଁ। ଏହା ସହିତ ୭ ନମ୍ବର ଓ ୮ ନମ୍ବର ପ୍ଲାଟ୍‌ଫର୍ମର ଉନ୍ନତୀକରଣ ହେବ। ସେଥିପାଇଁ ଚଳିତ ମାସ ୧୧ ତାରିଖରୁ ମେ ୧୬ ପର୍ଯ୍ୟନ୍ତ ରେଳସେବା ପ୍ରଭାବିତ ହେବ। ଏହି ୬୫ ଦିନ ପର୍ଯ୍ୟନ୍ତ ୧୪ଟି ଟ୍ରେନ୍‌ ପୁରୀ ଆସିବ ନାହିଁ। ଟ୍ରେନ୍‌ଗୁଡ଼ିକ ସାକ୍ଷୀଗୋପାଳ, ମାଳତିପାଟପୁର ଓ ବୀରହରେକୃଷ୍ଣପୁର ପର୍ଯ୍ୟନ୍ତ ଆସିବ ଏବଂ ଛାଡ଼ିବ। ସେ ପର୍ଯ୍ୟନ୍ତ ଯିବାଆସିବା ପାଇଁ ବସ୍‌ ବ୍ୟବସ୍ଥା ହେବ। ଟ୍ରେନ୍‌ ଛାଡ଼ିବା ଓ ପହଞ୍ଚିବା ସମୟ ସହ ଷ୍ଟେସନ୍‌ ବାବଦରେ ଯାତ୍ରୀମାନେ ରେଳବାଇ ଅନୁସନ୍ଧାନରୁ ସୂଚନା ସଂଗ୍ରହ କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ତେବେ ଏହି ୧୪ ଟ୍ରେନ୍‌ ବ୍ୟତୀତ ପୁରୀ-କଟକ ମେମୁ ସହ ଅନ୍ୟ ସମସ୍ତ ଟ୍ରେନ୍‌ ପୁରୀ ଆସିବ। 
ରେଳଷ୍ଟେସନ୍‌ର ଉନ୍ନତୀକରଣ ପାଇଁ ପ୍ରଭାବିତ ହେବ ରେଳସେବା
ମାଳତିପାଟପୁର, ବୀରହରେକୃଷ୍ଣପୁର ପର୍ଯ୍ୟନ୍ତ ଯାତ୍ରୀଙ୍କ ପାଇଁ ବସ୍‌ ବ୍ୟବସ୍ଥା
ସାକ୍ଷୀଗୋପାଳ ପର୍ଯ୍ୟନ୍ତ ୭ଟି ଟ୍ରେନ୍‌ ଆସିବ  ଓ ଛାଡ଼ିବ। ସେଗୁଡ଼ିକ ହେଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ୍, ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍‌, କାମାକ୍ଷା-ପୁରୀ ଏକ୍ସପ୍ରେସ୍‌, ତିରୁପତି-ପୁରୀ ଏକ୍ସପ୍ରେସ୍‌, ଦୂରନ୍ତ ଏକ୍ସପ୍ରେସ୍‌, ଭାଲସାଡ୍‌-ପୁରୀ ଓ ସମ୍ବଲପୁର ଇଣ୍ଟରସିଟି। ଯେଉଁ ସବୁ ଦିନମାନଙ୍କରେ ଏହି ଟ୍ରେନ୍‌ ପୁରୀ ଆସୁଥିଲା ସେହି ଦିନରେ ଏ ସବୁ ସାକ୍ଷୀଗୋପାଳରୁ ଛାଡ଼ିବ। ବୀରପୁରୁଷୋତ୍ତମପୁର ଷ୍ଟେସନ ପର୍ଯ୍ୟନ୍ତ ଆସିବା ଏବଂ ଛାଡ଼ିବାକୁ ଥିବା ଟ୍ରେନ୍‌ ମଧ୍ୟରେ ଇନ୍ଦୋର-ପୁରୀ, ଶ୍ରୀଗଙ୍ଗାନଗର-ପୁରୀ, କାମାକ୍ଷା-ପୁରୀ, ଜଳେଶ୍ବର-ପୁରୀ ମେମୁ ଟ୍ରେନ୍ ରହିଛି। ସେହିଭଳି ରାଉରକେଲା-ପୁରୀ ଏକ୍ସପ୍ରେସ୍‌ ମାର୍ଚ୍ଚ ୧୫ରୁ ୩୧, ଏପ୍ରିଲ୍‌ ୧ରୁ ୩୦ ଓ ମେ ୧ରୁ ୧୫ ତାରିଖ ଯାଏଁ ଖୋର୍ଦ୍ଧାରୋଡ୍‌ ଷ୍ଟେସନ ପର୍ଯ୍ୟନ୍ତ ଆସିବ। 
ତାଳଚେର-ପୁରୀ ମେମୁ ମାର୍ଚ୍ଚ ୧୫ରୁ ୩୧, ଏପ୍ରିଲ୍‌ ୧ରୁ ୩୦ ଓ ମେ ୧ରୁ ୧୫ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍‌ ଷ୍ଟେସନ ଆସିବ ଏବଂ ଉପରୋକ୍ତ ଦିନମାନଙ୍କରେ ଏଠାରୁ ହିଁ ଛାଡ଼ିବ। ମାର୍ଚ୍ଚ ୧୫ରୁ ୩୧, ଏପ୍ରିଲ୍‌ ୧ରୁ ୩୦ ଓ ମେ ୧ରୁ ୧୫ ଯାଏଁ ହାଓଡ଼ା-ପୁରୀ ଏକ୍ସପ୍ରେସ୍‌ ମାଳତିପାଟପୁର ପର୍ଯ୍ୟନ୍ତ ଆସିବ ଏବଂ ପୁରୀ-ହାଓଡ଼ା ଏକ୍ସପ୍ରେସ୍‌ ଏହି ଦିନଗୁଡ଼ିକରେ ମାଳତିପାଟପୁରରୁ ଛାଡ଼ିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe