କରଞ୍ଜିଆ : ୫୦୦ ଟଙ୍କା ପାଇଁ ନାବାଳକଙ୍କୁ ପିଟିପିଟି ହତ୍ୟା

Advertisment

ଚୋରି ପାଇଁ ଏହି ଦଣ୍ଡ ଅଭିଯୋଗ, ପଡ଼ୋଶୀ ମହିଳା ଥାନାରେ ଅଟକ

ଚୋରି ପାଇଁ ଏହି ଦଣ୍ଡ ଅଭିଯୋଗ, ପଡ଼ୋଶୀ ମହିଳା ଥାନାରେ ଅଟକ

କରଞ୍ଜିଆ : ୫୦୦ ଟଙ୍କା ପାଇଁ ନାବାଳକଙ୍କୁ ପିଟିପିଟି ହତ୍ୟା

image source-indiatoday

କରଞ୍ଜିଆ/କରଞ୍ଜିଆ ଗୋଲେଇ : ମାତ୍ର ୫ ଶହ ଟଙ୍କା ପାଇଁ ଜଣେ ନାବାଳକଙ୍କ ଜୀବନ ଯାଇଛି। ଟଙ୍କା ଚୋରି ସନ୍ଦେହରେ ପଡ଼ିଶା ଘର ଲୋକେ ତାଙ୍କୁ ପିଟି ପିଟି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କିଆପାଣପୋଷି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା।

କିଆପାଣପୋଷି ଗ୍ରାମର ସ୍ବର୍ଗତ ଯୋଗେଶ୍ଵର ବେହେରାଙ୍କ ନାବାଳକ ପୁଅ ରାଜନ୍‌ (୧୪)। ଗତକାଲି ସେ ପଡ଼ୋଶୀ ସସ୍ମିତା ବେହେରାଙ୍କ ଘରୁ କୁଆଡେ ୫ ଶହ ଟଙ୍କା ଚୋରି କରିଥିଲେ। ଏହି ଘଟଣାକୁ ନେଇ ସସ୍ମିତା ଓ ତାଙ୍କ ସମ୍ପର୍କୀୟ ରାଜନ୍‌ଙ୍କୁ ମାଡ଼ ମାରିଥିଲେ। ଦିନରେ ଏହି ଘଟଣା ଘଟିଥିବାବେଳେ ରାତିରେ ରାଜନ୍‌ଙ୍କ ମୃତଦେହ ତାଙ୍କ ଘର ନିକଟରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପଡ଼ୋଶୀଙ୍କ ମାଡ଼ରେ ରାଜନଙ୍କ ଜୀବନ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ପୁଲିସକୁ ଖବର ଦେଇଥିଲେ। କରଞ୍ଜିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କେଉଁ ପୃଷ୍ଠଭୂମିରେ ବାଳକଟିର ମୃତ୍ୟୁ ଘଟିଲା, ସେ ନେଇ ଖୋଳତାଡ଼ କରିଥିଲା। ତେବେ ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟା ହୋଇଥିବା ସନ୍ଦେହ କରି ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍‌ ଟିମ୍‌କୁ ଡକାଇଥିଲା ପୁଲିସ। ସାଇଣ୍ଟିଫିକ ଟିମ୍‌ର ତଦନ୍ତ ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ସେପଟେ ଘଟଣାର ଅଭିଯୁକ୍ତ କୁହାଯାଉଥିବା ସସ୍ମିତା ମାଡ଼ ମାରିଥିବା ସ୍ବୀକାର କରିଥିଲେ ବି ଏଥିରେ ରାଜନ୍‌ଙ୍କ ମୃତ୍ୟୁ ହୋଇ ନଥିବା କହିଛନ୍ତି। ପୁଲିସ ସସ୍ମିତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ, ଏପରି ଏକ ଅମାନବୀୟ କାଣ୍ଡ କରିଥିବା ଦୋଷୀଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe