ଫୁଟବଲ ଖେଳ ହେଲା କାଳ; ଫାଉଲରେ ଗଲା ୧୪ ବର୍ଷୀୟ ନାବାଳକର ଜୀବନ  

Advertisment
ଫୁଟବଲ ଖେଳ ହେଲା କାଳ; ଫାଉଲରେ ଗଲା ୧୪ ବର୍ଷୀୟ ନାବାଳକର ଜୀବନ  
କୋରାପୁଟ: ଏମିତି ବି ମୃତ୍ୟୁ ଆସେ! ଫୁଟବଲ ଖେଳୁ ଖେଳୁ ଯେ ଜଣେ ନାବାଳକଙ୍କର ଜୀବନ ଚାଲିଯିବ ତାହା କେବେ କିଏ ଚିନ୍ତା କରିପାରି ନ ଥିବେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ରେଲିକୁମ୍ଭା ଓ ମସ୍ତିପୁଟ ମଧ୍ୟରେ ଚାଲିଥିବା ଫୁଟବଲ ମ୍ୟାଚରେ। ମ୍ୟାଚ ଚାଲିଥିବାବେଳ ରେଲିକୁମ୍ଭା ଗାଁର ଧାନ ଜାନି (୧୪)ଙ୍କର ମୃତ୍ୟୁ ଘଟିଛି। ଆଜି ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ସଦରଥାନାରେ ଏମ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ ସୋମବାର ଦିନ ମସ୍ତିପୁଟ ଗାଁରେ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଥିଲା। ମସ୍ତିପୁଟ ଓ ରେଲିକୁମ୍ଭା ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ଦଳ ପକ୍ଷରୁ ବଲକୁ ଗୋଲ କରିବାକୁ ନେଉଥିଲେ ଧନ। ଏହି ସମୟରେ ଅପରପକ୍ଷରୁ ଜଣେ ଖେଳାଳି ତାଙ୍କୁ ପ୍ରତିରୋଧ କରିଥିଲେ। ଏହି ସମୟରେ ଧନଙ୍କ ପେଟରେ କାହାର ଗୋଡ ବାଜିଥିଲା। ଏହାପରେ ସେହିଠାରେ ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡିକାଲକୁ ଅଣାଯାଇଥିଲା। ସେଠାରେ ଚିକତ୍ସାଧୀନ ଭାବେ ରହିଥିବାବେଳେ ଗତକାଲି ରାତି ୧ଟାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe