ଧାମରାରେ ୧୪୦ କୋଟିର ପ୍ରକଳ୍ପ କାର୍ଯ୍ୟକାରୀ ହେବ

Advertisment
ଧାମରାରେ ୧୪୦ କୋଟିର ପ୍ରକଳ୍ପ କାର୍ଯ୍ୟକାରୀ ହେବ

ଚାନ୍ଦବାଲି: କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଆଜି ଧାମରା ବନ୍ଦର ପରିଦର୍ଶନ କରିଛନ୍ତି। ଦିନ ଗୋଟାଏ ବେଳେ ମନ୍ତ୍ରୀ ଶ୍ରୀ ଠାକୁର ଭଦ୍ରକରୁ ଇରମ୍‌ ଯାଇ ସହିଦ୍‌ ସ୍ମୃତିସ୍ତମ୍ଭରେ ମାଲ୍ୟାର୍ପଣ କରିବା ପରେ ମଧ୍ୟାହ୍ନ ୨ଟାରେ ଧାମରା ଆଦାନୀ ବନ୍ଦର ପରିଦର୍ଶନ କରି ବନ୍ଦରଭିତ୍ତିକ କାର୍ଯ୍ୟର ସମୀକ୍ଷା କରିଥିଲେ। କେନ୍ଦ୍ର ସରକାରଙ୍କ ଅର୍ନ୍ତଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥା ପକ୍ଷରୁ ଭଦ୍ରକ ଜିଲ୍ଲାର କାଳନାଳୀ ଜେଟିରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ଜେଟିକୁ ନଦୀପଥରେ ମାଲ ଓ ଯାତ୍ରୀବାହୀ ଜାହାଜ ଚଳାଚଳ ପାଇଁ ଚୁକ୍ତିନାମା ହୋଇଛି। ଏଥିପାଇଁ ୧୪୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ଖୁବ୍‌ଶୀଘ୍ର ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ନିମନ୍ତେ ଶ୍ରୀ ଠାକୁର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଧାମରାରୁ ତାଳଚୁଆକୁ ଜଳପଥରେ ପରୀକ୍ଷାମୂଳକ ପରିବହନ ନିମନ୍ତେ ୨୦୨୧ ମସିହା ଏପ୍ରିଲ ୧୫ ତାରିଖରେ ‘ଏମ୍‌ଭି ଭୂପେନ୍‌ ହଜାରିକା’ ନାମକ ଏକ ଜଳବାହୀ ଜାହାଜ ଆସିଥିଲା। ସେବେଠୁ ଏହି ଜାହାଜ ୧୫ ମାସ ହେଲା ଜେଟିରେ ବନ୍ଧା ହୋଇରହିଛି। ଜେଟିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ଏହାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ପରେ ସେ ବାଲିମୁଣ୍ଡା ଏୟାରଷ୍ଟ୍ରିପ୍‌ ବୁଲି ଦେଖିବା ସହ ଏହାର କାର୍ଯ୍ୟାନ୍ବୟନ ବାବଦରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe