ଜାତୀୟ ରାଜପଥରେ ଟ୍ରକ୍‌ ଭଙ୍ଗାରୁଜା : କଟକରେ ୧୪୦ ଗିରଫ

ଜାତୀୟ ରାଜପଥରେ ଟ୍ରକ୍‌ ଭଙ୍ଗାରୁଜା : କଟକରେ ୧୪୦ ଗିରଫ

କଟକ : କଟକରେ କଂଗ୍ରେସର ବନ୍ଦ ପାଳନ ଏବଂ ବିଜେପିର ହରତାଳ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଜାତୀୟ ରାଜପଥରେ ଉଭୟ ଦଳର କର୍ମୀ ଗାଡ଼ି ଅଟକାଇବାକୁ ଯାଇ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ କେତେକ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ସହର ଭିତରେ କିନ୍ତୁ ମୋଟାମୋଟି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଥିଲା। ବିଜେପି, କଂଗ୍ରେସ ଏବଂ ବାମପନ୍ଥୀ ଦଳର ନେତାମାନେ ମଧୁପାଟଣା ଛକ, ରେଳ ଷ୍ଟେସନ୍‌, ବକ୍ସି ବଜାର, ଚୌଧୁରୀ ବଜାର, ଡିଜି ଅଫିସ, କଲେକ୍ଟୋରେଟ୍‌ ସମ୍ମୁଖରେ ପିକେଟିଂ କରି ଗିରଫ ହୋଇଥିଲା। ପୁଲିସ ଦେଇଥିବା ସୂଚନା ଅନୁଯାୟୀ କଂଗ୍ରେସର ଶହେ ଜଣ ଏବଂ ବିଜେପିର ୪୦ ଜଣ ନେତା ଓ କର୍ମୀଙ୍କୁ ଗିରଫ କରି ବାରବାଟୀ ଷ୍ଟାଡିୟମରେ ରଖାଯାଇଥିଲା ଏବଂ ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା।

ଏହି ବନ୍ଦ ଏବଂ ହରତାଳ ଯୋଗୁ ଆଜି ହାଇକୋର୍ଟ ସମେତ ସମସ୍ତ ନିମ୍ନ ଅଦାଲତ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଥିଲା। ଆଇନଜୀବୀ ସଂଘ ଗୁଡିକ ବନ୍ଦ୍‌କୁ ପ୍ରତ୍ୟକ୍ଷ ଭାବେ ସମର୍ଥନ ଜଣାଇ ନଥିଲେ ମଧ୍ୟ କୌଣସି ଆଇନଜୀବୀ ଆଜି କୋର୍ଟ କାର୍ଯ୍ୟରେ ଯୋଗ ଦେଇ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe