ଜହ୍ନା ଗ୍ରାମରେ ୧୪୪ ଧାରା ଜାରି

Advertisment
ଜହ୍ନା ଗ୍ରାମରେ ୧୪୪ ଧାରା ଜାରି

କୋରେଇ: ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ଗ୍ରାମରେ ବୁଧବାର ୧୪୪ ଧାରା ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ଗାଁରେ ନାଲି ପତାକା ଟଙ୍ଗା ଯାଇଥିବା ବେଳେ ପୁଲିସ୍‌ ମୁତୟନ କରାଯାଇଛି। ପଞ୍ଚାୟତ ନିର୍ବାଚନ ଆକ୍ରୋଶକୁ ନେଇ ଗତ ୪ ତାରିଖରେ ଏଠାରେ ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଥିଲା। ଏନେଇ ଉଭୟ ଗୋଷ୍ଠୀ ପକ୍ଷରୁ ପାଣିକୋଇଲି ଥାନାରେ ଅଭିଯୋଗ ହୋଇଥିଲା। ଗ୍ରାମର ସ୍ବର୍ଗତ ନବକିଶୋର ସାହୁଙ୍କ ପୁଅ ଗଣେଶ ଓ ଅନ୍ୟଗୋଷ୍ଠୀର ସନ୍ୟାସୀ ମଲିକଙ୍କ ପୁଅ ଅଜିତକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା।

ଗୁରୁବାର ପଞ୍ଚାୟତର ସରପଞ୍ଚଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି। ଦୁଇଗୋଷ୍ଠୀ ମଧ୍ୟରେ ପୁଣି ଗଣ୍ତଗୋଳ ହେବାର ଆଶଙ୍କା ଥିବାରୁ ପ୍ରଶାସନ ଗ୍ରାମରେ ୧୪୪ ଧାରା ଜାରି କରିଛି ବୋଲି ପାଣିକୋଇଲି ଥାନା ଅଧିକାରିଣୀ ଚିନ୍ମୟୀ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe