ବାଲିକୁଦା ବାଲିଘାଟରେ ୧୪୪ ଜାରି

ବାଲିକୁଦା ବାଲିଘାଟରେ ୧୪୪ ଜାରି

Hindustan Times

ବାଲିକୁଦା : ଦର୍ପଣ ତହସିଲ ମୂଷାଟିକିରି ରାଜସ୍ବ ସର୍କଲ ତଥା ସାଉଡ଼ିଆ ପଞ୍ଚାୟତ ଅନ୍ତର୍ଗତ ବାଲିକୁଦା ବଡ଼ଗେଙ୍ଗୁଟି ନଦୀ ଶଯ୍ୟାରେ ୧୪୪ ଧାରା ଜାରି କରାଯାଇଛି। ଦର୍ପଣ ତହସିଲଦାର ଶୁଭଦର୍ଶନ ମିଶ୍ରଙ୍କ ଉପସ୍ଥିତିରେ କର୍ମଚାରୀମାନେ ନାଲି ପତାକା ମାରି ଘାଟ ନିକଟରେ ଫତୱା ଲଗାଇଛନ୍ତି।

କେବଳ ଗ୍ରାମବାସୀଙ୍କ ବ୍ୟବହାର ବ୍ୟତୀତ ଅନ୍ୟ କୌଣସି କାରବାର କରାଯିବନାହିଁ ବୋଲି ତହସିଲଦାର ସୂଚନା ଦେଇଛନ୍ତି। ଏହି ସମୟରେ ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ, ମୂଷାଟିକିରି ଆରଆଇ ସତ୍ୟସୁନ୍ଦର ସାହୁ, ସୁପରଭାଇଜର ଜଗନ୍ନାଥ ଖଟୁଆ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe