କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା ପଞ୍ଚାୟତ ଶରଧାପାଲି ଗ୍ରାମରେ ପଞ୍ଚାୟତ ପକ୍ଷରୁ ମନରେଗା ଯୋଜନାରେ ପୋଖରୀ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୋଖରୀ ଖନନରେ ବାହାରୁଥିବା ମାଟିରେ ବିଭିନ୍ନ ରଙ୍ଗର କେତେକ ରତ୍ନ ପଥର ସ୍ଥାନୀୟ ଲୋକେ ପାଇଥିଲେ। ଏହି ଖବର ପ୍ରଚାର ହୋଇଯିବା ପରେ ଅନେକ ଲୋକ ସେଠାକୁ ଯାଇ ମାଟି ଖୋଳିବାରେ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି। ଏଥିପାଇଁ ତିନି ଦିନ ହେବ ସେଠାରେ ପ୍ରବଳ ଭିଡ଼ ଲାଗି ରହିଛି। କିଛି ଲୋକ ରତ୍ନ ପଥର ପାଇ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥିବା ଚର୍ଚ୍ଚା ହେଉଛି। ତେବେ ଉକ୍ତ ସ୍ଥାନକୁ କେତେକ ବ୍ୟକ୍ତି ନିଜ କବଜାରେ ରଖି କେବଳ ନିଜ ବିଶ୍ୱସ୍ତ ଲୋକଙ୍କୁ ସେଠାକୁ ଛାଡୁଥିବା ଲୋକେ କହୁଛନ୍ତି। ଶନିବାର ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନଟିକୁ ସିଲ୍ କରି ୧୪୪ ଧାରା ଜାରି କରାଯାଇଛି। ଖଣି ବିଭାଗ ପକ୍ଷରୁ ପରୀକ୍ଷା କରିବା ପରେ ଏଠାରେ କେତେ ଓ କେଉଁ ରତ୍ନ ପଥର ରହିଛି ତାହା ଜଣା ପଡ଼ିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ପୋଖରୀ ଖନନ ବେଳେ ମିଳିଲା ରତ୍ନ ପଥର; ପୁଲିସ ମୁତୟନ, ୧୪୪ ଧାରା ଜାରି
Advertisment
Follow Us