ରାଜ୍ୟରେ ବଢ଼ିଚାଲିଛି ଓମିକ୍ରନ୍‌; ପୁଣି ୧୪୫ ସଂକ୍ରମିତ, ଆକ୍ରାନ୍ତଙ୍କ ସଂଖ୍ୟା ୩୪୭କୁ ବୃଦ୍ଧି

Advertisment
ରାଜ୍ୟରେ ବଢ଼ିଚାଲିଛି ଓମିକ୍ରନ୍‌; ପୁଣି ୧୪୫ ସଂକ୍ରମିତ, ଆକ୍ରାନ୍ତଙ୍କ ସଂଖ୍ୟା ୩୪୭କୁ ବୃଦ୍ଧି

ଭୁବନେଶ୍ବର: କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’ର ଗ୍ରାଫ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଓମିକ୍ରନ୍‌ ମଧ୍ୟ ରାଜ୍ୟବାସୀଙ୍କର ଚିନ୍ତା ବଢ଼ାଇଛି। ଆଜି ରାଜ୍ୟରେ ପୁଣି ୧୪୫ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଇଏଲ୍‌ଏସ୍‌ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏହି ସୂଚନା ଦିଆଯାଇଛି। ଆଇଏଲ୍‌ଏସ୍‌ ପକ୍ଷରୁ କୁହାଯାଇଛି ଯେ ଗତ ୯ ତାରିଖ ଠାରୁ ୧୬ ଯାଏଁ ୨୪୯ ଜଣଙ୍କର ନମୁନା ଜିନୋମ ସ୍ବିକେନ୍ସିଂ ପାଇଁ ପଠାଯାଇଥିଲା। ଏଥିରୁ ୧୪୫ ଜଣଙ୍କର ନମୁନାରେ ଓମିକ୍ରନ୍‌ ମିଳିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କ କଣ୍ଟ୍ରାକ୍ଟ ଟ୍ରେସିିଂ ଜାରି ରହିିଛି।

ଓଡ଼ିଶାର ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ

୨୦୨୧ ଡିସେମ୍ବର ୨୧ ତାରିଖ - ୨
ଡିସେମ୍ବର ୨୩ ତାରିଖ - ୨
ଡିସେମ୍ବର ୨୬ ତାରିଖ - ୪
ଡିସେମ୍ବର ୨୯ ତାରିଖ - ୧
ଡିସେମ୍ବର ୩୦ ତାରିଖ - ୫
ଜାନୁଆରି ୨ ତାରିଖ - ୨୩
ଜାନୁଆରି ୫ ତାରିଖ - ୨୪
ଜାନୁଆରି ୮ ତାରିଖ - ୧୪
ଜାନୁଆରି ୧୦ ତାରିଖ - ୨୮
ଜାନୁଆରି ୧୨ ତାରିଖ - ୬୭
ଜାନୁଆରି ୧୫ ତାରିଖ - ୩୨
ଜାନୁଆରି ୧୯ତାରିଖ ୧୪୫
ମୋଟ ସଂଖ୍ୟା - ୩୪୭

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe