ମହାପ୍ରଭୁଙ୍କ ଜମି ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି: ବନ୍ଦ ହେବ ୧୪୭ କ୍ରସର୍‌

କେନ୍ଦୁଝରରେ ଚାଲିଛି ମାଳମାଳ ବେଆଇନ କ୍ରସର

ପୁରୀ : ବେଆଇନ୍‌ କ୍ରସର ଖଣି ଉପରେ ରୋକ୍‌ ଲଗାଇବାକୁ ଶ୍ରୀମନ୍ଦିର ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ମହାପ୍ରଭୁଙ୍କ ଜମିରେ ଚାଲିଥିବା ୧୪୭ କ୍ରସର୍‌ ୟୁନିଟ୍‌କୁ ବନ୍ଦ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ବିଦ୍ୟୁତ୍‌ ବିଭାଗକୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ। ଖୋର୍ଦ୍ଧା ଓ ବେଗୁନିଆ ଅଞ୍ଚଳରେ ଏହି କ୍ରସର ଚାଲିଥିବାବେଳେ ତୁରନ୍ତ ଏହାକୁ ବନ୍ଦ କରିବା ସହ ବିଜୁଳି ସଂଯୋଗ କାଟିବାକୁ କୁହାଯାଇଛି। ୧୪୭ କ୍ରସର୍‌ ୟୁନିଟ୍‌ ବିରୋଧରେ ମାମଲା ରୁଜୁ ସହ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ କୁହାଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ଗତକାଲି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ପରିଚାଳନା ଓ ସୁରକ୍ଷା ସମ୍ପର୍କରେ ଏକ ସମୀକ୍ଷା ବୈଠକ ବସିଥିଲା। ସମୀକ୍ଷା ବେଳେ ଖୋର୍ଦ୍ଧା ଓ ବେଗୁନିଆ ଅଞ୍ଚଳରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିରେ ସମୁଦାୟ ୨୩୨ଟି କ୍ରସର୍‌ ୟୁନିଟ୍‌ ରେକର୍ଡଭୁକ୍ତ ହୋଇଥିଲା। ସେଥିରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୮୫ଟି ୟୁନିଟ୍‌ ଶ୍ରୀମନ୍ଦିର ପ୍ରଶାସନ ସହ ବିଧିବଦ୍ଧ ବୁଝାମଣା କରିଥିଲେ। ୮୫ଟି କ୍ରସର୍‌ ୟୁନିଟ୍‌ ମଧ୍ୟରୁ ଚଳିତବର୍ଷ ଅର୍ଥାତ୍‌ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୫୨ଜଣଙ୍କ ୟୁନିଟ୍‌ଗୁଡ଼ିକର ଆବେଦନ ତଥା ପ୍ରଣାମୀ ଦାଖଲକୁ ବିଚାରକୁ ନେଇ ବୁଝାମଣା ନବୀକରଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ବାକି ଖିଲାପକାରୀ ୧୪୭ଟି କ୍ରସର୍‌ ୟୁନିଟ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe