୧୫.୫ କ୍ବିଣ୍ଟାଲ ଗଞ୍ଜେଇ ଜବତ: ଦେଶୀ ବନ୍ଧୁକ ଓ ମୋବାଇଲ ସହ ଧରାପଡ଼ିଲେ ୨ ଯୁବକ

୧୫.୫ କ୍ବିଣ୍ଟାଲ ଗଞ୍ଜେଇ ଜବତ: ଦେଶୀ ବନ୍ଧୁକ ଓ ମୋବାଇଲ ସହ ଧରାପଡ଼ିଲେ ୨ ଯୁବକ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୁଲିସ ବୁଧବାର ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ରାକେଟକୁ କାବୁ କରିଛି। ଧରା ପଡ଼ିଥିବା ୨ ଯୁବକଙ୍କଠାରୁ ଜବତ ହୋଇଛି ୧୫ କ୍ବିଣ୍ଟାଲ ୫୮ କେଜି ଗଞ୍ଜେଇ। ଏଥିସହ ଏକ ଦେଶୀ ବନ୍ଧୁକ ଓ ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ପୁଲିସ। ଶଗଡ଼ା ଫାଣ୍ଡି ସେସକାପଦର ଜଙ୍ଗଲ ନିକଟରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କୌଣସି ସୂତ୍ରରୁ ବୌଦ୍ଧ ଏସ୍‌ପି ରାଜ ପ୍ରସାଦ ଖବର ପାଇ ସ୍ବତନ୍ତ୍ର ଫ୍ଲାଇଂ ସ୍କ୍ବାଡ୍ ପଠାଇ ଗଞ୍ଜେଇ ମାଫିଆଙ୍କୁ କାବୁ କରିଥିଲେ।

ସମ୍ପୃକ୍ତ ୨ ଯୁବକ ବାରକୁଥୁଲି ଗ୍ରାମର ବବି କହଁର ଓ ରୁଗୁଡ଼ିକନପା ଗ୍ରାମର ଦୁଃଶାସନ ସାହୁ ବୋଲି ଜଣାପଡ଼ିଛି। ଏ ସଂକ୍ରାନ୍ତରେ ମନମୁଣ୍ଡା ଥାନାରେ ୯୦/୨୩ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଭାରପ୍ରାପ୍ତ ଥାନାଧିକାରୀ ଗୋପୀନାଥ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe