ମହାନଦୀ ପଠାରେ ଫସିଛନ୍ତି ୧୫ ହାତୀ

ମହାନଦୀ ପଠାରେ ଫସିଛନ୍ତି ୧୫ ହାତୀ

ଡମପଡ଼ା : ମହାନଦୀ ପଠାରେ ଫସି ରହିଛନ୍ତି ୧୫ରୁ ଅଧିକ ହାତୀ। ବାଙ୍କୀ-ଡମପଡ଼ା ବନ ବିଭାଗ ଅନ୍ତର୍ଗତ ଭଗିପୁର ଗ୍ରାମ ନିକଟ ନୂଆସାହି ନଈ ପଠାରେ ଏହି ହାତୀପଲ ଅଟକି ରହିଥିବା ଦେଖିବାକୁ ମିଳିଛି।

ଆଠଗଡ଼ ବନ ବିଭାଗ ଅନ୍ତର୍ଗତ ସୁକାସନ ଜଙ୍ଗଲରୁ ଡମପଡ଼ା ଚନ୍ଦକା ଅଭୟାରଣ୍ୟ ଆଡ଼କୁ ଆସୁଥିବା ବେଳେ ମହାନଦୀ ଟାପୁରେ ଏହି ହାତୀପଲ ଅଟକି ଯାଇଥିଲେ। ଭଗିପୁର ଓ ଡମପଡ଼ା ବନ କର୍ମଚାରୀ ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ଆଜି ଭୋର ସମୟରେ ହାତୀପଲ ମହାନଦୀ ପାର ହୋଇ ଡମପଡ଼ା ଜଙ୍ଗଲକୁ ଯାଉଥିବା ବେଳେ ରାସ୍ତାରେ ଲୋକଙ୍କ ଯାତାୟତ ଦେଖି ଅଟକି ରହିଥିବା ଡମପଡ଼ା ବନବିଭାଗ ରେଞ୍ଜର ସଂଗ୍ରାମ ମହାନ୍ତି କହିଛନ୍ତି। ସେମାନେ ରାତି ଅନ୍ଧାରରେ ଜଙ୍ଗଲକୁ ଚାଲି ଯାଇପାରନ୍ତି ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe