ସମ୍ବଲପୁର : ଶୁକ୍ରବାର ବି ହୀରାକୁଦ ଜଳଭଣ୍ଡାରର ୧୫ଟି ଗେଟ୍ ଖୋଲାରହିଛି। ଯେତିକି ଜଳ ନିଷ୍କାସିତ ହେଉଛି ତା’ଠୁ ଅଧିକ ପାଣି ଜଳଭଣ୍ଡାରକୁ ପ୍ରବେଶ କରୁଥିବାରୁ ଜଳସ୍ତର ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ସଂଧ୍ୟା ୬ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ସ୍ତର ୬୨୩.୪୧ ଫୁଟ୍ ଥିଲା। ସେତିକି ବେଳକୁ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ହାରାହାରି ୨, ୮୪, ୪୧୯ ଘନଫୁଟ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୨, ୫୧, ୨୮୧ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ଖୋଲାଥିବା ବାମ ସ୍ପିଲ୍େଓ୍ଵ’ର ୧୦ ଓ ଡାହାଣ ପାର୍ଶ୍ୱର ୫ଟି ସ୍ଲୁଇସ୍ ଗେଟ୍ ଦେଇ ୨, ୩୮, ୯୫୦ କ୍ୟୁସେକ୍, ପାଓ୍ଵାର ଚାନେଲରେ ୯୭୮୦ କ୍ୟୁସେକ୍, ବିଭିନ୍ନ କେନାଲ୍ରେ ୨୨୦୧ କ୍ୟୁସେକ୍ ଓ ଶିଳ୍ପ ସଂସ୍ଥା ଗୁଡ଼ିକ ପାଇଁ ୩୫୦ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା ବୋଲି ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
ହୀରାକୁଦ: ଜଳସ୍ତର ୬୨୩ ଡେଇଁଲା, ୧୫ ଗେଟ୍ ଖୋଲା
Advertisment
Follow Us