୧୫ ଘଣ୍ଟା ଉତ୍ପାଦନ ବନ୍ଦ, ଆର୍‌ଏସ୍‌ପିର କ୍ଷତି ୭ କୋଟି 

Advertisment
୧୫ ଘଣ୍ଟା ଉତ୍ପାଦନ ବନ୍ଦ, ଆର୍‌ଏସ୍‌ପିର କ୍ଷତି ୭ କୋଟି 

ରାଉରକେଲା: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆର୍‌ଏସ୍‌ପି)ରେ ପାଖାପାଖି ୨୨୦୦ କୋଟି ଟଙ୍କା ବ୍ୟୟରେ ସ୍ଥାପିତ ନୂଆ ପ୍ଲେଟ୍‌ ମିଲ୍‌ (ଏନ୍‌ପିଏମ୍‌)ର ରୋଲର୍‌ ଟେବୁଲ୍‌ ମୂଳଦୁଆ ଦବି ଯାଇଥିବାରୁ ଆଜି ସକାଳ ୬ଟାରୁ ସେଥିରୁ ଉତ୍ପାଦନ ବନ୍ଦ ରହିଛି। ନଷ୍ଟ ହୋଇଥିବା ଡୁଏଲ୍‌ ସାଇଜ୍‌ ଟ୍ରିମିଂ ସିଅର୍‌ (ଡିଏସ୍‌ଟିସ୍‌) ବ୍ଲେଡ୍‌ ବଦଳ ପ୍ରକ୍ରିୟା ସାଙ୍ଗକୁ ବୋଲ୍ଟ ମରାମତି ଓ ଠେସ ଦେଇ ରୋଲର୍‌ ଟେବୁଲ୍‌ ମୂଳଦୁଆକୁ କାମଚଳା କରିବା ପାଇଁ ଇଞ୍ଜିନିୟରମାନେ ଉଦ୍ୟମ ଜାରି ରଖିଛନ୍ତି। ରାତି ୯ଟା ସୁଦ୍ଧା ମରାମତି ସମ୍ପୂର୍ଣ୍ଣ ହୋଇନଥିବା ଜଣାପଡ଼ିଛି।  ଉଲ୍ଲେଖଯୋଗ୍ୟ, ଏନ୍‌ପିଏମ୍‌ର ଉତ୍ପାଦନ କ୍ଷମତା ମାସକୁ ହାରାହାରି ଏକ ଲକ୍ଷ ଟନ୍‌ ହୋଇଥିବା ବେଳେ ଏଥିରୁ ଉତ୍ପାଦିତ ପ୍ଲେଟ୍‌ ମୂଲ୍ୟ ଇତିମଧ୍ୟରେ ଟନ୍‌ ପିଛା ୩୮ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଉପରୋକ୍ତ ୧୫ ଘଣ୍ଟାର ଅଚଳାବସ୍ଥା ପାଇଁ ପ୍ରାୟ ୨୦୦୦ ଟନ୍‌ ପ୍ଳେଟ୍‌ ଉତ୍ପାଦିତ ହୋଇନଥିବାରୁ ଏ ବାବଦରେ କ୍ଷତି ୭ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe