ଘାଟିରେ ଓଲଟିଲା ଅଟୋ, ୧୫ ଗୁରୁତର

ଘାଟିରେ ଓଲଟିଲା ଅଟୋ, ୧୫ ଗୁରୁତର

ମୋହନା: ଘାଟିରେ ଓଲଟିଲା ଯାତ୍ରୀବାହୀ ଅଟୋ। ଫଳରେ ଅଟୋରେ ଥିବା ୧୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଗଜପତି ଜିଲ୍ଲା ମୋହନା ଥାନା ଗୋଛାଗୁଡ଼ା ଗାଁ ନିକଟସ୍ଥ ଘାଟିରେ ଏହି ଘଟଣାଟି ଘଟିଛି।

ମୋହନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମୋହନା ମେଡ଼ିକାଲରେ ଭର୍ତ୍ତି କରିଛି। ଅଟୋଟି ଯାତ୍ରୀଙ୍କୁ ନେଇ ଗୋଛାଗୁଡ଼ାରୁ ଲୁହାଗୁଡ଼ି ସାପ୍ତାହିକ ହାଟକୁ ଯାଉଥିଲା। ୫ ଜଣ ଅତି ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe