ଠିକା ଶ୍ରମିକ ମୃତ୍ୟୁ ଘଟଣା, ୧୫ ଲକ୍ଷ ସହାୟତା ଘୋଷଣା

Advertisment
ଠିକା ଶ୍ରମିକ ମୃତ୍ୟୁ ଘଟଣା, ୧୫ ଲକ୍ଷ ସହାୟତା ଘୋଷଣା

ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳର ଭିସା ଷ୍ଟିଲରେ ଶ୍ରମିକ ମୃତ୍ୟୁ ଘଟଣାରେ ଆର୍ଥିକ ସହାୟତା ଓ ନିଯୁକ୍ତି ଦାବିରେ କାରଖାନା ଫାଟକ ସମ୍ମୁଖରେ ଶବ ରଖି ଆଜି ଆନ୍ଦୋଳନ କରାଯାଇଛି। କାରଖାନା କର୍ତ୍ତୃପକ୍ଷ, ଠିକାସଂସ୍ଥା, ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଅନୁକମ୍ପା ରାଶି ସମ୍ପର୍କରେ ଆଲୋଚନା ହୋଇଥିଲା। ଭିସା ତରଫରୁ ୧୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଥିଲା। ସେହିପରି ମୃତ ଶ୍ରମିକଙ୍କ ଦୁଇ ଝିଅଙ୍କ ପାଠପଢ଼ା ଖର୍ଚ୍ଚ ପାଇଁ ଠିକାସଂସ୍ଥା ଏମ୍‌ବି ଲଜିଷ୍ଟିକ୍ ଆଣ୍ଡ କନ୍‌ଷ୍ଟ୍ରକସନ ତରଫରୁ ୩ ଲକ୍ଷ ଟଙ୍କା ଦିଆଯିବାକୁ ଘୋଷଣା କରାଯାଇଛି। ନିୟମ ମୁତାବକ ଇଏସ୍ଆଇ ଓ ପେନସନ୍ ବ୍ୟବସ୍ଥା କରିବାକୁ କମ୍ପାନି ପକ୍ଷରୁ କୁହାଯାଇଛି। ସଂସ୍କାର ପାଇଁ ଅତିରିକ୍ତ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

ଆଜିର ଆଲୋଚନାରେ ଦାନଗଦି ତହସିଲଦାର ନମ୍ରତା ମୋଦି, ଅତିରିକ୍ତ ଅରକ୍ଷୀ ଅଧୀକ୍ଷକ ଏସ୍‌. ଟପୋ, ଯଖପୁରା ଥାନା ଆଇଆଇସି ଜଗଦୀଶ କର, ଯାଜପୁର ରୋଡ୍‌ ଆଇଆଇସି ଉପେନ୍ଦ୍ର ପ୍ରଧାନ, ଭିସାର ନିର୍ଦ୍ଦେଶକ ମନୋଜ କୁମାର, କାରଖାନାର ମାନବ ସମ୍ବଳ ବିଭାଗ ବରିଷ୍ଠ ପ୍ରଶାସକ ସନ୍ଦୀପ ମିଶ୍ର ଓ ଠିକାସଂସ୍ଥା ଏମ୍‌ବି ଲଜିଷ୍ଟିକ୍ ଆଣ୍ଡ କନ୍‌ଷ୍ଟ୍ରକସନ ପକ୍ଷରୁ ସଂଜୀବ କୁମାର ନାୟକ ଓ ଅଭିଜିତ ଦାସ ଏବଂ ମୃତ ଶ୍ରମିକଙ୍କ ପକ୍ଷରୁ ଆଶୁତୋଷ ଘଡ଼ାଇ, ଦୀପକ ଦାସ ସାମିଲ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe