Ration cards: ନୂଆବର୍ଷରୁ ବଣ୍ଟାଯିବ ୧୫ ଲକ୍ଷ ରାସନ କାର୍ଡ

Advertisment

ରାଜ୍ୟରେ ରାସନ କାର୍ଡକୁ ନେଇ ସରକାର ବଡ଼ ଘୋଷଣା କରିଛନ୍ତି। ଆସନ୍ତା ନୂଆବର୍ଷରୁ ୧୫ ଲକ୍ଷ ନୂଆ ରାସନ କାର୍ଡ ବଣ୍ଟନ କରାଯିବ। ସରକାରଙ୍କ ପାଖରେ କାର୍ଡର ଅଭାବ ନାହିଁ। କୌଣସି ଯୋଗ୍ୟ ହିତାଧିକାରୀ ଯେପରି କାର୍ଡ ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ରାଜ୍ୟ....

ରାଜ୍ୟରେ ରାସନ କାର୍ଡକୁ ନେଇ ସରକାର ବଡ଼ ଘୋଷଣା କରିଛନ୍ତି। ଆସନ୍ତା ନୂଆବର୍ଷରୁ ୧୫ ଲକ୍ଷ ନୂଆ ରାସନ କାର୍ଡ ବଣ୍ଟନ କରାଯିବ। ସରକାରଙ୍କ ପାଖରେ କାର୍ଡର ଅଭାବ ନାହିଁ। କୌଣସି ଯୋଗ୍ୟ ହିତାଧିକାରୀ ଯେପରି କାର୍ଡ ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ରାଜ୍ୟ....

ration card 78

ଭୁବନେଶ୍ବର: ରାଜ୍ୟରେ ରାସନ କାର୍ଡକୁ ନେଇ ସରକାର ବଡ଼ ଘୋଷଣା କରିଛନ୍ତି। ଆସନ୍ତା ନୂଆବର୍ଷରୁ ୧୫ ଲକ୍ଷ ନୂଆ ରାସନ କାର୍ଡ ବଣ୍ଟନ କରାଯିବ। ସରକାରଙ୍କ ପାଖରେ କାର୍ଡର ଅଭାବ ନାହିଁ। କୌଣସି ଯୋଗ୍ୟ ହିତାଧିକାରୀ ଯେପରି କାର୍ଡ ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଶ୍ରୀ ପାତ୍ର କହିଛନ୍ତି ଯେ କରଦାତା, ସରକାରୀ କର୍ମଚାରୀ ଓ ମୃତକଙ୍କୁ ମିଶାଇ ୮ଲକ୍ଷ ୧୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡରୁ ବାଦ ଦିଆଯାଇଛି। ସେମାନଙ୍କ ସ୍ଥାନରେ ୬ ଲକ୍ଷ ୩୯ହଜାର ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦିଆଯାଇଛି। ଏହାଭିତରେ ଆହୁରି ୧୫ ଲକ୍ଷ ୩୩ ହଜାର ଲୋକ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ତେବେ ୧୫ ଲକ୍ଷ କାର୍ଡକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁମୋଦନ କରିଛନ୍ତି। ନୂଆବର୍ଷ ହିତାଧିକାରୀଙ୍କୁ କାର୍ଡ ଦିଆଯିବ। 

Paddy: ଖରିଫ ମଣ୍ଡି ଉଦ୍‌ଘାଟିତ, ପ୍ରଥମ ଦିନରେ ହୋଇପାରିଲାନି ଧାନ କିଣା

ଉଲ୍ଲେଖଯୋଗ୍ୟ ଯେ ବିଜେଡି ସରକାର ସମୟରେ ବହୁ ଅଯୋଗ୍ୟ ହିତାଧିକାରୀ ରାସନ ଉଠାଉଥିବାର ଅଭିଯୋଗ ଆସିଥିଲା। ରାଜ୍ୟରେ ନୂଆ ସରକାର ଆସିବା ପରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଇ-କେୱାଇସି ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହାସହ ଯେଉଁ ସରକାରୀ କର୍ମଚାରୀ ଓ କରଦାତା ରାସନ କାର୍ଡ ହାତେଇଥିଲେ ସେମାନଙ୍କୁ ନିଜ ଆଡୁ କାର୍ଡ ଫେରାଇ ଦେବାକୁ କୁହାଯାଇଥିଲା। ଗୋଟିଏ ମାସ ପୂର୍ବରୁ ରାଜ୍ୟରେ ୧୫ଲକ୍ଷରୁ ଅଧିକ ହିତାଧିକାରୀ ନିଜର ଇ-କେୱାଇସି କରି ନ ଥିବା ନଜରକୁ ଆସିଥିଲା। ତେବେ ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ଇ-କେୱାଇସି ପ୍ରକ୍ରିୟା ଜାରି ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

Indigo crisis : ସଂସଦୀୟ କମିଟି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିଲାନି ଇଣ୍ଡିଗୋ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe