ଧାନ କିଣାରେ ଅନିୟମିତତା ଅଭିଯୋଗ: ୧୫ ଜଣ ପ୍ୟାକ୍ସ ସଂପାଦକ ନିଲମ୍ବିତ ଓ ଜଣେ ଡାଟା ଏଣ୍ଟ୍ରି ଅପରେଟର ବହିଷ୍କୃତ

ବରଗଡ଼ ଜିଲ୍ଲା ପଦ୍ମପୁରର ସହକାରୀ ଯୋଗାଣ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: ୨୦୨୦-୨୧ ଖରିଫ ବିପଣନ ଋତୁରେ ଖରିଫ ଧାନ କିଣାରେ ଅନିୟମିତତା ଓ ସରକାରୀ ନିର୍ଦ୍ଦେଶନାମାର ଉଲ୍ଲଂଘନ ଅଭିଯୋଗରେ ୧୫ ଜଣ ପ୍ରାଥମିକ ସମବାୟ ସମିତିର ସଂପାଦକଙ୍କୁ ସମବାୟ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି ଓ ଜଣେ ଡାଟା ଏଣ୍ଟ୍ରି  ଅପରେଟରଙ୍କୁ ଚାକିରିରୁ ବାହାର କରି ଦିଆଯାଇଛିା ଧାନକିଣାରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ପରିପ୍ରେକ୍ଷୀରେ ୫-'ଟି' ଓ 'ମୋ ସରକାର' କାର୍ଯ୍ୟକ୍ରମରେ କୌଣସି ଅନିୟମିତତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତିା

କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ସଂପାଦକମାନେ ହେଲେ ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ନୂଆମୁରା ପ୍ୟାକ୍ସର ରାଧାକାନ୍ତ ଭୋଇ, ଧମା ପ୍ୟାକ୍ସର ସରୋଜ କୁମାର ଦାସ, ଚାରମାଳ ପ୍ୟାକ୍ସର ଅସିତ କୁମାର ପ୍ରଧାନ, ସାହାସପୁର ପ୍ୟାକ୍ସର କୃପାସିନ୍ଧୁ ସାହୁ, ସମରବାଗ ପ୍ୟାକ୍ସର ସଂପାଦକ ପ୍ରମୋଦ କୁମାର ଭୋଇ, ଲଖନପୁର ପ୍ୟାକ୍ସର ଭାରପ୍ରାପ୍ତ ସଂପାଦକ ପ୍ରଦୀପ ସାା ସେହିପରି ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ବୈଦ୍ୟନାଥ ପ୍ୟାକ୍ସର ଦିଲ୍ଲୀପ ସୁନା, ମହୁଲି ଏବଂ ଖରି ପ୍ୟାକ୍ସର ସଂପଦାକ ଓ ଭାରପ୍ରାପ୍ତ ସଂପାଦକ ରବି ମିଶ୍ର, ଜଟେସିଂହ ପ୍ୟାକ୍ସର ସିଇଓ ଘନଶ୍ୟାମ ପ୍ରଧାନ, ଉଲୁଣ୍ଡା ପ୍ୟାକ୍ସର ସିଇଓ ରାମକୃଷ୍ଣ ପାଢ଼ୀ ଓ ମୁର୍ଷୁଣ୍ଢି ପ୍ୟାକ୍ସର ସିଇଓ ପ୍ରଭାତ କୁମାର ସାହୁଙ୍କୁ ନିଲମ୍ବନ କରାଯାଇଛିା ଏଥି ସହିତ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ବାଘିଆପଡ଼ା ପ୍ୟାକ୍ସର ସଂପାଦକ ନେତ୍ରାନନ୍ଦ ପୁରୋହିତ, ରାମଗଡ଼ ପ୍ୟାକ୍ସର ସଂପାଦକ ନିରୋଦ କୁମାର ପାତ୍ର ଏବଂ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ସଢ଼ା ପ୍ରାଥମିକ ସମବାୟ ସମିତିର ସଂପଦକ ଦୀନବନ୍ଧୁ ଜେନା ଓ ସହକାରୀ ସଂପାଦକ ଶୁକଦେବ ରାଉତଙ୍କୁ ନିଲମ୍ବନ କରାଯାଇଥିିବା ବେଳେ ସଢ଼ା ପ୍ୟାକ୍ସର ଡାଟା ଏଣ୍ଟ୍ରି ଅପରେଟର ମନୋଜ କୁମାର ନାୟକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe