ମହୁମାଛି ଆକ୍ରମଣରେ ୧୫ ଆହତ

Advertisment
ମହୁମାଛି ଆକ୍ରମଣରେ ୧୫ ଆହତ

Frontiers Blog

ଆନନ୍ଦପୁର: ଘସିପୁରା ଝାଡ଼େଶ୍ବର ମନ୍ଦିର ନିକଟରେ ମହୁମାଛି ଆକ୍ରମଣରେ ୧୫ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଚାରିଜଣଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଘସିପୁରାର ବାବାଜି ସାହୁ(୭୦), ଶିବପ୍ରସାଦ ସାହୁ(୨୦), ରାହୁଲ କୁମାର(୨୫)ଙ୍କ ଅବସ୍ଥା ଗୁରୁତର ରହିଛି।

ଆଜି ପୂର୍ବାହ୍ନ ୯ଟାବେଳେ ଝାଡ଼େଶ୍ବର ନିକଟରେ ଥିବା ମହୁବସାରେ ଏକ ବାଜପକ୍ଷୀ ବସି ପଡ଼ିବାରୁ ମହୁମାଛି ଫେଣାଛାଡ଼ି ଉଡିବୁଲି ଲୋକଙ୍କୁ କାମୁଡ଼ିବାକୁ ଲାଗିଥିଲେ। ମହୁମାଛି ଆକ୍ରମଣରେ ଭୟଭୀତ ହୋଇ ଲୋକମାନେ ଏଣେତେଣେ ଦୌଡ଼ି ପଳାଇଥିଲେ। ଗତ ୨ ତାରିଖରେ ଏହି ସ୍ଥାନରେ ବିଜେପିର ଘେରାଉ ଥିବାବେଳେ ୩୦ରୁ ଊର୍ଦ୍ଧ୍ବ କର୍ମୀ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe