କୂଅରୁ ୧୫ ନାଗ ସାପ ଛୁଆ ଉଦ୍ଧାର

Advertisment
କୂଅରୁ ୧୫ ନାଗ ସାପ ଛୁଆ ଉଦ୍ଧାର

ବ୍ରହ୍ମପୁର : ଲାଞ୍ଜିପଲ୍ଲୀ ଗଣେଶ ନଗରସ୍ଥିତ ଏକ କୂଅରୁ ୧୫ଟି ନାଗ ସାପ ଛୁଆକୁ ଉଦ୍ଧାର କରାଯାଇଛି। ପ୍ରଶାନ୍ତ କୁମାର ଦାସଙ୍କ ଘର ବଗିଚା କୂଅରୁ ସ୍ନେକ୍‌ ହେଲ୍‌ପ ଲାଇନ୍‌ ସଭ୍ୟମାନେ ନାଗ ଛୁଆଙ୍କୁ ଉଦ୍ଧାର କରିଛନ୍ତି। ପ୍ରଶାନ୍ତଙ୍କ ପତ୍ନୀ ପ୍ରତିଦିନ ବଗିଚାରୁ ତୁଳସୀ ପତ୍ର ଆଣି ଘରେ ପୂଜା କରନ୍ତି। ଆଜି ସେ ବଗିଚାକୁ ଯିବା ସମୟରେ କୂଅରେ କିଛି ଭାସୁଥିବା ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ସେ ସ୍ନେକ୍‌ ହେଲ୍‌ପ ଲାଇନ୍‌ ସଦସ୍ୟଙ୍କୁ ଖବର ଦେଇଥିଲେ। ହେଲ୍‌ପ ଲାଇନ ସଦସ୍ୟ ସ୍ୱାଧୀନ ସାହୁ, ସନ୍ଦୀପ ସେଠୀ ଏବଂ ଶ୍ରୀକାନ୍ତ ନାହାକ ସେଠାରେ ପହଞ୍ଚି ଏକ ଘଣ୍ଟାର ପରିଶ୍ରମ ପରେ ୧୫ଟି ନାଗ ସାପ ଛୁଆକୁ ଉଦ୍ଧାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe