ପିଠା ଖାଇ ୧୫ ଛାତ୍ରଛାତ୍ରୀ ଅସୁସ୍ଥ

ପିଠା ଖାଇ ୧୫ ଛାତ୍ରଛାତ୍ରୀ ଅସୁସ୍ଥ

ରେଢ଼ାଖୋଲ: ରେଢ଼ାଖୋଲ ଅରବିନ୍ଦ ପୂର୍ଣ୍ଣାଂଗ ଶିକ୍ଷାକେନ୍ଦ୍ରର ୧୫ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। କେହି ଜଣେ ପିଠା ଆଣି ହଷ୍ଟେଲରେ ଦେଇଥିଲେ। ବିବାହ ଉତ୍ସବରେ ଲାଗିଥିବା ଏହି ପିଠା ଖାଇ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ମଂଗଳବାର ସକାଳେ ସେମାନଙ୍କୁ ବାନ୍ତି ହେବା ପରେ ସମସ୍ତଙ୍କୁ ରେଢ଼ାଖୋଲ ଡାକ୍ତରଖାନା ଅଣା ଯାଇଥିଲା। ୧୦ ଜଣଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ସଂଧ୍ୟାରେ ଆଉ ୫ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe