15-year-old girl 8 months pregnant: Reported at Dabugaon police station Photograph: (sambad.in)
ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇ ୮ ମାସର ଗର୍ଭବତୀ ହୋଇଛନ୍ତି। ଏ ନେଇ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ କେଶ ନଂ ୧୦୬/୨୫ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାଇ ଡାବୁଗାଁ ଥାନା ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକା ଝିଅକୁ ନିକଟ ଗ୍ରାମର ଜଣେ ଯୁବକ ଗତ ୧୦ ମାସ ହେଲା ଭଲ ପାଇବା ଆଳରେ ଦୈହିକ ସମ୍ପର୍କ ରଖିଥିଲେ।
ନାବାଳିକା ଝିଅ ଇତି ମଧ୍ୟରେ ୮ ମାସ ଗର୍ଭବତୀ ହେବା ପରେ ପରିବାର ଲୋକେ ଏହା ଜାଣି ପାରି ଝିଅକୁ ପଚରାଉଚୁରା କରିବା ପରେ ଝିଅ ନିକଟ ଗ୍ରାମର ଜଣେ ଯୁବକଙ୍କ ସହ ସମ୍ପର୍କରେ ଥିବା ପରିବାର ଲୋକଙ୍କୁ କହିଥିଲା। ଆତ୍ମ ସମ୍ମାନ ଓ ନାବାଳିକା ଝିଅକୁ ନ୍ୟାୟ ଦେବା ପାଇଁ ଝିଅର ପରିବାର ଲୋକେ ଶାରୀରିକ ସମ୍ପର୍କ ରଖିଥିବା ପାଖ ଗ୍ରାମର ପୁଅର ପରିବାର ଲୋକଙ୍କୁ ଏ ବିଷୟରେ କହିଥିଲେ।
ଗତ ଶୁକ୍ରବାର ୧୬/୦୫/୨୫ ରେ ଗ୍ରାମର ଭଦ୍ର ବ୍ୟକ୍ତି ଓ ଗ୍ରାମବାସୀଙ୍କୁ ନେଇ ଆପୋଷ ସମାଧାନ ନିମନ୍ତେ ଗ୍ରାମରେ ଏକ ବୈଠକ କରାଯାଇ ଥିଲା। କିନ୍ତୁ ଏଥିରେ ପୁଅର ପରିବାର ଲୋକେ ଅମଙ୍ଗ ହେବାରୁ ବାଧ୍ୟ ହୋଇ ସେହି ଶୁକ୍ରବାର ଦିନ ନାବାଳିକା ଝିଅକୁ ନ୍ୟାୟ ପ୍ରଦାନ ପାଇଁ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ।
ଅଧିକ ପଢ଼ନ୍ତୁ: ଲିଙ୍ଗରାଜ ମନ୍ଦିର ଉପରେ ୧୫ ମିନିଟ୍ ଧରି ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍: ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଶଙ୍କା
ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ଖଗେଶ୍ବର ଖୋସଲା ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ନାବାଳିକା ଝିଅର ଡାକ୍ତରୀ ମାଇନା କରାଯାଇଥିବା ବେଳେ ଅଭିଯୁକ୍ତ ଯୁବକକୁ ପୁଲିସ ଥାନାରେ ଆଣି ପଚରାଉଚୁରା କରିଥିଲେ। ନାବାଳିକା ଝିଅ ୮ ମାସର ଗର୍ଭବତୀ ହୋଇଥିବାରୁ ତାର ଯତ୍ନ ଓ ସୁରକ୍ଷା ପାଇଁ ଡାବୁଗାଁ ମା’ଗୃହରେ ରହିବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଅଧିକ ପଢ଼ନ୍ତୁ: ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା: ୩ ଗିରଫ,ବ୍ୟବହୃତ ଅଟୋ ଜବତ
Nabarangpur | Crime
Follow Us