୫୦୦ କେନ୍ଦ୍ରରେ ଅଫ୍‌ଲାଇନ୍‌ ମାଟ୍ରିକ ପରୀକ୍ଷା ଦେବେ ୧୫ହଜାର ଛାତ୍ରଛାତ୍ରୀ

Advertisment
ଗୁରୁବାରଠାରୁ ସିବିଏସଇର ୧୦ମ, ୧୨ଶ ବୋର୍ଡ ପରୀକ୍ଷା, ୩୯ ଲକ୍ଷ ଛାତ୍ରଛାତ୍ରୀ  ପରୀକ୍ଷା ଦେବେ

DNA India

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅଫ୍‌ଲାଇନ୍‌ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ। ଅଫ୍‌ଲାଇନ୍‌ ପରୀକ୍ଷା ୫୦୪‌ କେନ୍ଦ୍ରରେ ହେବାକୁ ଥିବା ବେଳେ ଏଥିପାଇଁ ୧୫ ହଜାର ୧୫୧ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି। ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ୨୭୮ କେନ୍ଦ୍ରରେ ୬୫୯୭ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲାବେଳେ ରାଜ୍ୟ ଓପନ ସ୍କୁଲ୍‌ ସାର୍ଟିଫିକେଟ ପରୀକ୍ଷା ପାଇଁ ୨୨୨ କେନ୍ଦ୍ରରେ ୮୪୯୩ ଜଣ ଏବଂ ମଧ୍ୟମାରେ ୪ଟି କେନ୍ଦ୍ରରେ ୬୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ଆଡ୍‌ମିଟ୍‌ କାର୍ଡଗୁଡ଼ିକ ବୋର୍ଡର ୱେବସାଇଟ http://www.bseodisha.nic.in"www.bseodisha.nic.in ରୁ ଛାତ୍ରଛାତ୍ରୀମାନେ ଡାଉନଲୋଡ କରିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି। ୱେବସାଇଟ୍‌ରେ ଦିଆଯାଇଥିବା ଲିଙ୍କ୍‌ରେ ସ୍କୁଲ୍‌ କୋଡ୍‌ ପ୍ରଦାନ କରାଯାଇ ଆଡମିଟ୍‌ କାର୍ଡ ଡାଉନଲୋଡ କରାଯାଇପାରିବ। କରେସ୍‌ପଣ୍ଡେନ୍ସ କୋର୍ସ ପରୀକ୍ଷାର୍ଥୀମାନେ ସେମାନଙ୍କ ନିଜ ନାମ ଓ ବାପାଙ୍କ ନାମ ଦେଇ ଆଡମିଟ୍‌ କାର୍ଡ ଡାଉନଲୋଡ କରିବାକୁ ପରାମର୍ଶ ଦିଆଯାଇଛି। ଅଫ୍‌ଲାଇନ୍‌ ଫର୍ମ ପୂରଣ କରି ନଥିବା ରାଜ୍ୟ ଓପନ ସ୍କୁଲ୍‌ର ନୂଆ ପରୀକ୍ଷାର୍ଥୀମାନେ ଓ କରେସ୍‌ପଣ୍ଡେନ୍ସ କୋର୍ସର ରେଗୁଲାର ଛାତ୍ରଛାତ୍ରୀମାନେ ସେମାନଙ୍କ ଆଡ୍‌ମିଟ୍‌ କାର୍ଡ ଡାଉନଲୋଡ କରି ନିଜନିଜ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ। ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ସୂଚନା ୱେବସାଇଟ୍‌ରେ ଉପଲବ୍ଧ ଥିବାବେଳେ ବିଦ୍ୟାଳୟମାନେ ତାହାକୁ ଡାଉନଲୋଡ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe