ବିୟୁଟି ଏବଂ ୱେଲନେସ ଟ୍ରେନିଂ ନେବେ ୧୫ ହଜାର ମହିଳା

Advertisment
ବିୟୁଟି ଏବଂ ୱେଲନେସ ଟ୍ରେନିଂ ନେବେ ୧୫ ହଜାର ମହିଳା

Image by opportunityindia

ଭୁବନେଶ୍ବର: ମହିଳାମାନଙ୍କୁ ଉଦ୍ୟୋଗୀ କରିପାରିବା ଦିଗରେ ମିଶନ ଶକ୍ତି କାମ କରୁଛି। ମହିଳାମାନଙ୍କୁ ଆହୁରି ଅଧିକ ମଜବୁତ କରିବା ପାଇଁ ଭୁବନେଶ୍ବରରେ ଆଜି ଏକ କନ୍‌କ୍ଲେଭର ଆୟୋଜନ କରାଯାଇଛି। ଏଥିରେ ୨୯ଟି ଜିଲ୍ଲାରୁ ୧୫୦୦ ମହିଳା ଯୋଗ ଦେଇଥିଲେ। ସେମାନଙ୍କ ବ୍ୟବସାୟ କୋଟିଏରୁ ଅଧିକ ରହିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ, ପ୍ରତ୍ୟେକ ଜିଲ୍ଲା ଫେଡେରେସନମାନଙ୍କୁ ଫଣ୍ଡ ଯୋଗାଇ ଦିଆଯିବ। ଯେମିତି କି ସେମାନେ ପଞ୍ଚାୟତ ସ୍ତରରୁ ମହିଳାଙ୍କ ଉନ୍ନତିରେ ସହାୟକ ହେବେ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ। ସେହିଭଳି ବିଭିନ୍ନ ଏମ୍ ଓ ୟୁ ସ୍ବାକ୍ଷର ହୋଇଥିବା ବେଳେ ଆଗତ ଭବିଷ୍ୟତରେ ବିୟୁଟି ଏବଂ ହେଲ୍ଥ କେମିତି ମହିଳାଙ୍କ ପାଇଁ ଅଧିକ ସହୟକ ହେବ ସେନେଇ ଆଲୋଚନା ହୋଇଥିଲା। ୧୫ ହଜାର ମହିଳାଙ୍କୁ ବିୟୁଟି ଏବଂ ୱେଲନେସ ଟ୍ରେନିଂ ଦିଆଯିବ। ବିୟୁଟି ପାଇଁ ୧୦ ହଜାର ମହିଳାଙ୍କୁ ଟ୍ରେନିଂ ଦିଆଯିବ ବୋଲି ମିଶନ ଶକ୍ତି ସଚିବ ସୁଜାତା ଆର. କାର୍ତ୍ତିକେୟାନ ସୂଚନା ଦେଇଛନ୍ତି।

ସେହିଭଳି କେଶସଜ୍ଜା ପାଇଁ ୫ ହଜାର ମହିଳାଙ୍କୁ ଟ୍ରେନିଂ ଦିଆଯିବ। ଯେଉଁମାନେ ଘରେ ରହି ମଧ୍ୟ ଏଭଳି ସେବା ଯୋଗାଇ ଦେବାକୁ ଚାହିଁବେ ସେମାନଙ୍କୁ ଲୋନ ସାହାଯ୍ୟ ଯୋଗାଇ ଦିଆଯିବ। ସୁନ୍ଦରତା ସହ ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ୱେଲନେସ ଟ୍ରେନିଂରେ ଯୋଗ ଶିଖାଯାଏ। ତା ସହିତ ସୁସ୍ଥ ରହିବାକୁ ବିଭିନ୍ନ ପ୍ରକାର ଅର୍ଗାନିକ ସାମଗ୍ରୀ ବ୍ୟବହାର ଶିଖାଯାଏ। ଓଡ଼ିଶାର ୫ ଜିଲ୍ଲାରୁ ପ୍ରଥମେ ଆରମ୍ଭ ହେବ ପ୍ରକ୍ରିୟା। ୧୬୦ ଘଣ୍ଟାର କୋର୍ସ ରହିବ। ମିଶନ ଶକ୍ତି ଅନୁସାରେ ଇନଷ୍ଟିଚ୍ୟୁଟ ହେବ ବୋଲି କହିଛନ୍ତି ବିୟୁଟି ଏବଂ ୱେଲନେସ ସେକ୍ଟର ସ୍କିଲ କାଉନସିଲ ସିଇଓ ମୋନିକା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe